କ୍ରିକେଟ ଜଗତ ପାଇଁ ଦୁଃଖଦ ଖବର ,ବାଂଲାଦେଶ କ୍ରିକେଟର ମୋଶାରଫ ହୋସେନଙ୍କ ଅକାଳ ବିୟୋଗ

29

ବାଂଲାଦେଶର ପୂର୍ବତନ କ୍ରିକେଟର ଅଲରାଉଣ୍ଡର ମୁଶରଫ ହୋସେନ ଙ୍କ ଦେହାନ୍ତ I ଦୀର୍ଘ ୩ ବର୍ଷ ଧରି ମସ୍ତିଷ୍କ କର୍କଟ ରୋଗରେ ପୀଡିତ ହୋଇ ମୁଶରଫ ହୋସେନ (୪୦ ବର୍ଷ) ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି I ଚଳିତ ବର୍ଷ ଆରମ୍ଭରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ମୁଶରଫ ହୋସେନ ଙ୍କ ଅକାଳ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର ଲହରୀ ଖେଳିଯାଇଛି I
କ୍ରିକେଟର ମୁଶରଫ ହୋସେନ ପାଞ୍ଚଟି ଦିନିକିଆ ଖେଳି ପ୍ରଥମ ଶ୍ରେଣୀ କ୍ରିକେଟରେ ଚମତ୍କାର ରନ୍ ସଂଗ୍ରହ କରିବା ସହିତ ବାମହାତୀ ସ୍ପିନ୍ ବୋଲିଂ ସହ ବିଭିନ୍ନ ଶ୍ରେଣୀ କ୍ରିକେଟରେ ସେ ୫୫୦ ରୁ ଉର୍ଧ୍ଵ ୱିକେଟ୍ ନେଇଥିଲେ। ଗତ ବର୍ଷ ଶେଷରେ ଚେନ୍ନାଇର ଏକ ଡାକ୍ତରଖାନାରେ ହୁସେନ୍‌ଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା, କିନ୍ତୁ ଏହି ବର୍ଷ ଆରମ୍ଭରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ ତାଙ୍କୁ ଗତ ମାସରେ ଢାକା ସ୍ଥିତ ୟୁନାଇଟେଡ୍ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୧୯ ଏପ୍ରିଲରେ ମୃତ୍ୟୁ ଘଟିଥିଲା I
ବିସିବି ର ଦୁଃଖ ପ୍ରକାଶ
ମୁଶରଫ ହୋସେନ ଙ୍କ ମୃତ୍ୟୁ କୁ ନେଇ ସୋସିଆଲ ମିଡିଆ ରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଟ୍ୱିଟ୍ କରି ନିଜର ଦୁଃଖ ପ୍ରକାଶ କରିଛି କରିଛି। ହୁସେନ୍‌ଙ୍କ ପତ୍ନୀ ଏବଂ ଜଣେ ପୁତ୍ର ସନ୍ତାନ ରହିଛନ୍ତି I

Comments are closed, but trackbacks and pingbacks are open.