ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ ପ୍ରଧାନ ମନ୍ତ୍ରୀ ଙ୍କ ନୂଆ ନାରା

23

ଆଜି ଦେଶ ପାଳନ କରୁଅଛି ସ୍ୱାଧୀନତା ର ୭୫ ତମ ବର୍ଷ I ଏହି ଅବସର ରେ ପ୍ରଧାନ ମନ୍ତ୍ରୀ ଦିଲ୍ଲୀ ର ଲାଲକିଲ୍ଲା ଠାରେ ଦେଶ କୁ ସମ୍ବୋଧିତ କରି କହିଛନ୍ତି ଯେ,ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ ନାରା ଦେଇ ଦେଶ ବାସୀ ଙ୍କୁ ଆହ୍ୱାନ କରିଛନ୍ତିI ସେ କହିଛନ୍ତି ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି। କେହି ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହେବେ ତାହା ହିଁ ଆମର ଉଦ୍ଦେଶ୍ୟ ରହିଛି।

‘ବର୍ଷ ବର୍ଷ ଧରି ଭାରତ ସ୍ୱାଧୀନତା ପାଇବା ପାଇଁ ସଂଘର୍ଷ କରିଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଜୀ ହୁଅନ୍ତୁ ଅବା ଦେଶକୁ ଏକଜୁଟ ରାଷ୍ଟ୍ର ପରିଣତ କରିବା ସରଦାର ପଟେଲ ହୁଅନ୍ତୁ ଅଥବା ଭାରତକୁ ଭବିଷ୍ୟତର ପଥ ଦେଖାଇଥିବା ବାବା ସାହେବ ଆମ୍ବେଦକର, ଦେଶ ଏହିପରି ପ୍ରତ୍ୟେକ ମହାନ ବ୍ୟକ୍ତିତ୍ୱଙ୍କୁ ମନେ ରଖିଛି। ଦେଶ ଏ ସମସ୍ତଙ୍କ ଋଣି।’  ଆଜି ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି ଦେଶ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲାରୁ ପତକା ଉତ୍ତୋଳନ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରି ଏଭଳି କହିଛନ୍ତି।

ପ୍ରଧାନମନ୍ତ୍ରୀ ଆଉ କ’ଣ ସବୁ କହିଛନ୍ତି ସେ ସବୁ ଚୁମ୍ବକରେ ଜାଣିବା ଆସନ୍ତୁ

ବଳୀଦାନ ଦେଇଥିବା ମହାନାୟକଙ୍କୁ ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ

କରୋନା ମୁକାବିଲାରେ ଆଗଧାଡ଼ିର ସୈନିକଙ୍କୁ ସମ୍ମାନ ଜଣାଇଲେ

ସମାରୋହରେ ଉପସ୍ଥିତ ଅଲିମ୍ପିଆନଙ୍କ ଉଚ୍ଚ ପ୍ରଶଂସା କଲେ

ଟୋକିଓ ଅଲିମ୍ପିକ୍ସ ସଫଳତା ଯୁବ ପିଢ଼ିଙ୍କୁ ପ୍ରେରିତ କରିବ

ଅଗଷ୍ଟ ୧୪କୁ ବିଭାଜନ ବୀଭିଷିକା ଦିବସ ଭାବେ ପାଳିବାକୁ ଆହ୍ୱାନ

ଭ୍ୟାକ୍ସିନ ପ୍ରସ୍ତୁତ ନେଇ ବୈଜ୍ଞାନିକମାନେ ପ୍ରଶଂସାର ପାତ୍ର

ଆମେ ମହାମାରୀ ମୁକାବିଲାରେ ଅନ୍ୟ ଦେଶ ଉପରେ ନିର୍ଭର କରିନୁ

ଆଜି ସୁଦ୍ଧା ୫୪ କୋଟି ଲୋକ କରୋନା ଟିକା ନେଇଛନ୍ତି

ଅସୁବିଧା କାଳରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଅାଯାଇଛି

ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି

ଶତ ପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ ପହଞ୍ଚାଇବା ଲକ୍ଷ୍ୟ

ସମସ୍ତଙ୍କ ଘରେ ବିଜୁଳି ଓ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ

କେହି ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହେବେ ତାହା ଉଦ୍ଦେଶ୍ୟ

ଆୟୁଷ୍ମାନ ଯୋଜନାରେ ଗାଁ ଗାଁରେ ସ୍ବାସ୍ଥ୍ୟ ସେବା ପହଞ୍ଚୁଛି

କାହାକୁ ଆୟୁଷ୍ମାନରୁ ବଞ୍ଚିତ ନ କରିବା ସରକାରଙ୍କ ଲକ୍ଷ୍ୟ

ବର୍ତ୍ତମାନ ହଜାରେ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ କରିପାରିଛୁ

ସମାଜରେ ବିକାଶରୁ କେହି ବଞ୍ଚିତ ନ ହୁଅନ୍ତୁ ଆମର ଉଦ୍ଦେଶ୍ୟ

ଏଥିପାଇଁ ମେଡିକାଲ ଶିକ୍ଷାରେ OBCଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା

ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ବି ସଂରକ୍ଷଣ ବ୍ୟବସ୍ଥା

ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଯୋଗାଯୋଗର ବ୍ୟାପକ ପ୍ରସାର ହୋଇଛି

ଜାମ୍ମୁ-କାଶ୍ମୀର ପୁନର୍ଗଠନ ପରେ ସେଠାରେ ବିକାଶ ଆରମ୍ଭ

ଦେଶରେ ୧୧୦ଟି ଆକାଂକ୍ଷୀ ଜିଲ୍ଲା ଚିହ୍ନଟ ହୋଇଛି

ଆକାଂକ୍ଷୀ ଜିଲ୍ଲାକୁ ଅନ୍ୟ ଜିଲ୍ଲା ସହ ସମକକ୍ଷ କରିବାକୁ ପ୍ରୟାସ

ଆକାଂକ୍ଷୀ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କକୁ ଅଧିକ ପ୍ରାଥମିକତା

ଚଳିତ ଦଶନ୍ଧିରେ ଗାଁର ବିକାଶକୁ ସରକାର ଗୁରୁତ୍ୱ ଦେଉଛନ୍ତି

ଗାଁରେ ଟେକ୍ନୋଲୋଜି ଜରିଆରେ ବିକାଶ ଆରମ୍ଭ ହୋଇଛି

ଗାଁରେ ବି ବୈଜ୍ଞାନିକ ଟେକ୍ନୋଲୋଜି ଜରିଆରେ କୃଷି କାର୍ଯ୍ୟ ହେଉଛି

ଦେଶରେ ୮୦ ପ୍ରତିଶତ ଲୋକଙ୍କ ଜମି ୨ ହେରରୁ କମ୍

ତେଣୁ ସେମାନଙ୍କର ବିକାଶ ପାଇଁ ପିଏମ କିଷାନ ଯୋଜନା ଲାଗୁ

ପିଏମ କିଷାନରେ ୧୦ କୋଟି ଚାଷୀଙ୍କୁ ଦେଢ଼ ଲକ୍ଷ କୋଟି ମିଳିଛି

ଶ୍ରମିକ ଯୋଜନା ଜରିଆରେ ଗାଁର ବିକାଶ କରାଯାଉଛି

ଗାଁ ଜମିର ଡ୍ରୋନ ଜରିଆରେ ସର୍ଭେ କରାଯାଇ ଚିହ୍ନଟ କରାଯାଉଛି

ଯେଉଁଠି ଆଦୌ ଚାଷ ହେଉ ନ ଥିଲା ତାହା ଆଜି ଶସ୍ୟଶ୍ୟାମଳା

ଦେଶର ବିକାଶରେ ଭିତ୍ତିଭୂମିର ଗୁରୁତ୍ୱ ଅନେକ

ଭାରତୀୟ ରେଲୱେ ଆଧୁନିକତାର ରାସ୍ତାରେ ଆଗକୁ ବଢ଼ୁଛି

୭୫ ବନ୍ଦେ ଭାରତ ଯୋଜନାରେ ସାରା ଦେଶକୁ ଯୋଡ଼ାଯାଇଛି

ଅନେକ ସ୍ଥାନକୁ ବିମାନପଥ ଜରିଆରେ ଯୋଡ଼ା ଯାଇଛି

ଯୁବ ଶକ୍ତିର ବିକାଶ ପାଇଁ ୧୬ ଲକ୍ଷ କୋଟିର ପୁଞ୍ଜି ନିବେଶ

ବିକାଶ ପାଇଁ ଦେଶକୁ ଉତ୍ପାଦନ ଓ ରପ୍ତାନୀ ବଢ଼ାଇବାକୁ ପଡ଼ିବ

ପ୍ରତିରକ୍ଷା କ୍ଷେତ୍ରରେ ଆମେ ସ୍ୱଦେଶୀ ଜ୍ଞାନକୌଶଳକୁ ଗୁରୁତ୍ୱ ଦେଉଛୁ

ମୋବାଇଲ ଫୋନ ଉତ୍ପାଦନରେ ଭାରତ ବହୁତ ସଫଳତା ପାଇଛି

ନିକଟ ଅତୀତରେ ୩ ବିଲିଅନ ସେଲ୍ ଫୋନ୍ ବିଦେଶକୁ ଯାଇଛି

ମେଡ ଇନ୍ ଇଣ୍ଡିଆ ସ୍ୱପ୍ନ ଦେଖିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ବିକାଶ ପାଇଁ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି

ବିଶ୍ୱ ଦେଖୁଛି ଭାରତରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ନାହିଁ

ଲୋକଙ୍କ ହିତ ପାଇଁ ଅନେକ ପୁରୁଣା ଆଇନକୁ ବଦଳା ଯାଇଛି

୨ ଶହ ବର୍ଷର ପୁରୁଣା ଆଇନକୁ ବଦଳାଇବାକୁ ସମୟ ଆସିଛି I

ଜୟ ହିନ୍ଦ I

Leave A Reply

Your email address will not be published.