ଏସ୍‌. ସୁଶ୍ରୀ ହେଲେ କମିସନରେଟ୍ ପୋଲିସର ନୂଆ ଟ୍ରାଫିକ୍ ଡିସିପି

11

ଭୁବନେଶ୍ୱର କମିଶନରେଟ ପୋଲିସରେ ଟ୍ୱଇଁ ସିଟି ପାଇଁ ନୂଆ ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଏସ୍‌. ସୁଶ୍ରୀ । ନୂଆ ଆଇପିଏସ ଟୁଇନସିଟିର ଟ୍ରାଫିକକୁ ସଜାଡିବା ପାଇଁନୂ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସ୍ପିଡ ବାଇକ, ଆବାଜ ସାଇଲେନସର, ରଙ୍ଗ ଡ୍ରାଇଭିଂ ସହିତ ବିନା ହେଲମେଟ୍ ଓ ସିଟ୍ ବେଲ୍ଟ ପିନ୍ଧୁନଥିବା ଚାଳକଙ୍କ ଉପରେ ହେବ ଆକ୍ସନ । ରାଜଧାନୀର ପଳାସୁଣୀ, ପଟିଆ ଓ ଅନ୍ୟ କିଛି ସ୍ଥାନରେ ହେଉଥିବା ଟ୍ରାଫିକ୍ ସମସ୍ୟା ଉପରେ ନଜର ଦିଆଯିବ ବୋଲି କହିଛନ୍ତି ନୂଆ ଟ୍ରାଫିକ୍ ଡିସିପି । ଏହା ସହ ପ୍ରଥମେ ଏଠାକାର ସମସ୍ୟାଗୁଡ଼ିକ ବୁଝିବି ଏବଂ ସେହି ଅନୁସାରେ ସମାଧାନର ବାଟ ଖୋଜିବି ବୋଲି କହିଛନ୍ତି ନୂଆ ଟ୍ରାଫିକ ଡିସିପି ।

Leave A Reply

Your email address will not be published.