‘ଅପରେସନ ସିନ୍ଦୂର’ରେ ଏସ୍-୪୦୦ର ସଫଳ ପ୍ରଦର୍ଶନ ପରେ ଭାରତ ଆକାଶ ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ ଋଷଠାରୁ ଅଧିକ ଏସ୍-୪୦୦ କିଣିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ରୁଷ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇସାରିଛି । ଖୁବଶୀଘ୍ର ଏହି ପ୍ରସ୍ତାବକୁ ରୁଷ ଅନୁମୋଦନ କରିବାର ସମ୍ଭାବନା ରହିଛି । ରୁଷର ଅନୁମୋଦନ ପରେ ଭାରତକୁ ଅଧିକ ଏସ୍୪୦୦ ମିସାଇଲ ସିଷ୍ଟମ ମିଳିବ । ଫଳରେ ଭାରତ ତାକୁ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରିବ । ନିକଟରେ ପାକିସ୍ତାନ ଜମ୍ମୁ-କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନରେ ଶତାଧିକ ଡ୍ରୋନ ଓ ମିସାଇଲ ଆକ୍ରମଣ କରିଥିଲା । କିନ୍ତୁ ସେଠାରେ ଭାରତର ଏସ୍-୪୦୦ ସିଷ୍ଟମ ସକ୍ରିୟ ଥିବା କାରଣରୁ ପାକିସ୍ତାନର ଡ୍ରୋନ ଓ ମିସାଇଲକୁ ଆକାଶମାର୍ଗରେ ଧ୍ୱଂସ କରିଦିଆଯାଇଥିଲା । ରୁଷରୁ ଭାରତ କିଣିଥିବା ଏସ୍-୪୦୦କୁ ସୁଦର୍ଶନ ଚକ୍ର ବୋଲି କହୁଛି ।
Comments are closed, but trackbacks and pingbacks are open.