ରୁଷ-ୟୁକ୍ରେନ ଯୁଦ୍ଧ: ପ୍ରଭାବ ପଡିଲା ଭାରତୀୟଙ୍କ ହାଣ୍ଡିଶାଳ ରେ ,ବଢ଼ିଲା ଖାଇବା ତେଲ ଦର

30

ଋଷ-ୟୁକ୍ରେନ ଯୁଦ୍ଧ କୁ ଅଷ୍ଟମ ଦିନରେ ପହଂଚିଲାଣି ଇ ରୁଷ ର ପ୍ରଚଣ୍ଡ ଆକ୍ରମଣ ରେ ୟୁକ୍ରେନ ଥରହର ହେଉଛି ଇ ୟୁକ୍ରେନ ର କଡା ଜବାବରେ ରୁଷ ମଧ୍ୟ ଘାଇଲା ହେଲାଣି I ଏହି ଭୟଙ୍କର ଯୁଦ୍ଧ କୁ ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟା ଦେଖା ଦେଇଛି I ଆନ୍ତର୍ଜାତିକ ତୈଳ ବଜାର ଉପରେ ଏହାର ପ୍ରଭାବ ମଧ୍ୟ ଅନୁଭୂତ ହେଲାଣି I ପ୍ରଥମେ ଏହାର ପ୍ରଭାବ ସିଧାସଳଖ ପଡିଛି ଭାରତୀୟଙ୍କ ହାଣ୍ଡି ଶାଳ ଉପରେ I ଏହା ବାଦ ଓଡ଼ିଶା ଉପରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଲାଣି। ବିଶେଷ କରି ବଜାର ରେ ୩୦ ଟଙ୍କା ପର୍ଯ୍ୟନ୍ତ ପାମୋଲିନ ତେଲ ଦର ବୃଦ୍ଧି ପାଇଛି । ପାମୋଲିନ ତେଲ ସହ ସନଫ୍ଲାୱାର ତେଲ ବି ମହଙ୍ଗା ହୋଇଛି । କାରଣ ରାଜ୍ୟରେ ଏବେ ଯେତିକି ପରିମାଣର ତେଲ ମହଜୁଦ ରହିଛି, ତାହା ଆସନ୍ତା ଏକ ସପ୍ତାହ ମଧ୍ୟରେ ଶେଷ ହୋଇଯିବ । ଏଭଳି ପରିସ୍ଥିତିରେ ତେଲ ଆମଦାନୀ ଯଦି ନହେବ ତେବେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ରାଜ୍ୟକୁ ପ୍ରତିଦିନ ଦେଢ ହଜାରରୁ ଦୁଇ ହଜାର ଟନ ତେଲ ଆମଦାନୀ ହୋଇଥାଏ । ସେହି ହିସାବରେ ବାର୍ଷିକ ୬ ଲକ୍ଷ ଟନ ଆସିଥାଏ । ଓଡ଼ିଶାରେ ବ୍ୟବହୃତ ସନ୍‌ଫ୍ଲାୱାର ତେଲ ୟୁକ୍ରେନରୁ ଆସୁଥିବାରୁ ଯୁଦ୍ଧ ପାଇଁ ଏସବୁର ଯୋଗାଣ ବ୍ୟାହତ ହୋଇଥିବା ସୂଚନା ମିଳିଛି। ଏଥିପାଇଁ ବର୍ତ୍ତମାନ ହଠାତ୍‌ ତେଲ ସଙ୍କଟ ଦେଖାଦେଇ ନଥିଲେ ମଧ୍ୟ ଦର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।
ତେଣୁ ଓଡ଼ିଶାରେ ଆବଶ୍ୟକ ପଡୁଥିବା ସମସ୍ତ ତେଲ ବାହାର ରାଜ୍ୟ ଏବଂ ବାହାର ଦେଶରୁ ଆମଦାନୀ ହୁଏ। ବିଶେଷ କରି ଆମେ ବ୍ୟବହାର କରୁଥିବା ସନ୍‌ଫ୍ଲାୱାର ତେଲର ୮୦% ୟୁକ୍ରେନରୁ ଆସେ। ସେଠାରେ ଏବେ ଯୁଦ୍ଧ ଚାଲିଥିବାରୁ ଆମଦାନୀ ବାଧାପ୍ରାପ୍ତ ହେବା ସହିତ ତେଲ ଯୋଗାଣରେ ଦେଶରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ଉତ୍ତରପ୍ରଦେଶ ନିର୍ବାଚନ ଆସନ୍ତା ସପ୍ତାହରେ ଶେଷ ହେବା ପରେ ତୈଳ ଦର ବଢିବା ଅନୁମାନ କରାଯାଉଛି । କାରଣ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୧୧୭ ଡଲାର ଟପିଛି । ଯେଉଁଥିପାଇଁ ତେଲ କମ୍ପାନୀ ଲିଟର ପିଛା ପାଖାପାଖି ୯ ଟଙ୍କା କ୍ଷତି ସହୁଛନ୍ତି । ତେଣୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ, ଡିଜେଲ ଦର ବଢିବ ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପଟେ ଓଡ଼ିଶାରେ ଏବେ ଯେତିକି ପରିମାଣର ସନଫ୍ଲାୱାର ତେଲ ମହଜୁଦ ଅଛି ତାହା ୧୦ରୁ ୧୫ଦିନ ପର୍ଯ୍ୟନ୍ତ କାରବାର ହୋଇପାରିବ। ପରବର୍ତ୍ତୀ ପର୍ଯ୍ୟାୟରେ ବଜାରକୁ ତେଲ ଯୋଗାଣ ନ ହେଲେ ସଂକଟ ଦେଖାଦେବାର ଆଶଙ୍କା ରହିଛି ବୋଲି ଓଡ଼ିଶା ବ୍ୟବସାୟ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।

Comments are closed, but trackbacks and pingbacks are open.