ୟୁକ୍ରେନ ଖାରକିଭରେ ରୁଷିଆ ର ବୋମାମାଡ: ଭାରତୀୟ ଛାତ୍ର ମୃତ

24

ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବାର ଷଷ୍ଠ ଦିନରେ ଆଜି ଜଣେ ୨୧ ବର୍ଷୀୟ ଭାରତୀୟ ଛାତ୍ରର ମୃତ୍ୟୁ ଘଟିଛି। ସେ କର୍ଣ୍ଣାଟକର ଚଲ୍ଲାଗେରିର ଅଧିବାସୀ ସେଖରପ୍ପା ଜ୍ଞାନ ଗୌଦର ବୋଲି ଜଣାପଡିଛି। ଟ୍ୱିଟ କରି ସୂଚନା ଦେଲା ବୈଦେଶିକ ମନ୍ତ୍ରାଳୟ । ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ଥିବା କହିଲା ମନ୍ତ୍ରାଳୟ ଗୁଳିକାଣ୍ଡରେ ସମ୍ପୃକ୍ତ ଛାତ୍ରଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ।ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଛାତ୍ରଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରାଯାଇଛି।
ଆଜି ସକାଳେ ୟୁକ୍ରେନରେ ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନର ରାଜଧାନୀ କିବ ଛାଡିବାକୁ କୁହାଯାଇଥିଲା । ଏହାସହ ଭାରତ ସରକାର ମଧ୍ୟ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛି । ତେବେ ଏହି ଯୁଦ୍ଧରେ ଆହୁରି ଅନେକ ଛାତ୍ରଛାତ୍ରୀ ଫଶି ରହିଥିବା କୁହାଯାଉଛି । ଇତିମଧ୍ୟରେ ରୁଷ ଓ ୟୁକ୍ରେନର ରାଷ୍ଟ୍ରଦୂତଙ୍କୁ ବିଦେଶ ସଚିବ ତୁରନ୍ତ ଭାରତୀୟମାନଙ୍କ ପାଇଁ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ କହିଛନ୍ତି। ବିଶେଷ କରି ଖାରକିଭ ଅଂଚଳରେ ଥିବା ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।
ଗତ ଦୁଇ ଦିନ ଆଗର ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏକ ଭିଡିଓ ରୁ ସ୍ପଷ୍ଟ ଜଣ ପଡିଥିଲା ଯେ ଭାରତ ଆସିବା ପାଇଁ ରୋମାନିଆଁ ସୀମାରେ ଅଟକି ରହିଥିବା ଭାରତୀୟ ଛାତ୍ରମାନଙ୍କ ଉପରେ ୟୁକ୍ରେନ ସେନା ଅକଥନୀୟ ଅତ୍ୟାଚାର କରୁଥିବାର ଦେଖାଯାଇଥିଲା I ଅନ୍ୟପଟେ ଯୁଦ୍ଧର ର ବିଭୀଷିକା ସମୟରେ ଭାରତ ର ସହାୟତା ଲୋଡିଛି I ସେହିପରି ଧ୍ବଂସ ସ୍ତୁପରେ ପରିଣତ ହୋଇଥିବା ୟୁକ୍ରେନ ହସ୍ପିଟାଲ ଗୁଡିକରେ ଔଷଧର ଘୋର ଅଭାବ ସମୟରେ ଭାରତ ନିଜ ତରଫରୁ ଔଷଧ ପଠାଇ ନିଜ ମାନବିକତାର ପରିଚୟ ଦେଇଛି I

Comments are closed, but trackbacks and pingbacks are open.