ଋଷିଆ-ୟୁକ୍ରେନ ଯୁଦ୍ଧ: କ୍ରିପ୍ଟୋ ବଜାରରେ ଅସ୍ଥିରତା, ନିବେଶକ ଙ୍କୁ ଜୋରଦାର ଝଟକା

20

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହୋଇଯାଇଛି ଭୟଙ୍କର ଯୁଦ୍ଧ ପରିସ୍ଥିତି । ପ୍ରବଳ ଗୁଳିଗୋଳା ମାଡ ସାଙ୍ଗକୁ ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ। ରୁଷର ମିସାଇଲ ଓ ରକେଟ୍‌ ମାଡରେ ଦୋହଲିଲାଣି ୟୁକ୍ରେନ୍‌। ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷକୁ ପ୍ରତି ଜାବବ ଦେଉଛି।ଋଷର ଆକ୍ରମଣ ଘୋଷଣା ପରେ ଅନ୍ତର୍ଜାତୀୟ ବଜାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପୂର୍ବରୁ ଅଶୌଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ପାର କରିଥିବା ବେଳେ ଭାରତୀୟ ସେୟାର ବଜାର ବି ଏଥିପାଇଁ ପ୍ରଭାବିତ ହୋଇଛି। ଏହାରି ଭିତରେ ଲୋକପ୍ରିୟ କ୍ରିପ୍ଟୋକରେନ୍ସୀ ବିଟକଏନ ଉପରେ ଏହାର ପ୍ରଭାବ ଦେଖିବାକୁ ପ୍ରାୟ ୮ ପତିଶତ ତଳକୁ ଖସିଛି ବିଟକଏନ । ବର୍ତ୍ତମାନ ଏହା ୩୪,୯୩୨.୦୭ ଡଲାରରେ ପହଞ୍ଚିଛି । ୟୁକ୍ରେନ ଉପରେ ରୁଷର ସୈନ୍ୟ ଆକ୍ରମଣ ଯୋଗ୍ୟ କ୍ରିପ୍ଟୋ ମାର୍କେଟ ତଳମୁହାଁ ହୋଇଥିବା କୁହାଯାଉଛି I ସେହିପରି ଅନ୍ୟ ଲୋକପ୍ରିୟ କ୍ରିପ୍ଟୋ କରେନ୍ସି Ethereumର ମୂଲ୍ୟ ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇଛି। ଏହାର ମୂଲ୍ୟ ଆଜି ସକାଳ ସୁଦ୍ଧା ୧,୯୮,୯୯୯ ଟଙ୍କା ଥିଲା। ଏହି ପ୍ରକାରେ ଅନ୍ୟ କ୍ରିପ୍ଟୋ କରେନ୍ସି ମୂଲ୍ୟରେ ମଧ୍ୟ ହ୍ରାସ୍‌ ପାଇଥିବା ଦେଖିବାକୁ ମିଳିଛି। ଏସବୁକୁ ନଜର କଲେ ରୁଷ-ୟୁକ୍ରେନ ବିବାଦ ଓ ଯୁଦ୍ଧ ଭିତରେ ସାରା ବିଶ୍ୱ ପ୍ରଭାବିତ ହେବାକୁ ଯାଉଥିବା କୁହାଯାଉଛି।

Comments are closed, but trackbacks and pingbacks are open.