ରୁଷ – ୟୁକ୍ରେନ ଯୁଦ୍ଧ: ୟୁକ୍ରେନ ର ସାଥ ଛାଡିଲା କି ଆମେରିକା , ଜେଲେନସ୍କିଙ୍କୁ ଭେଟିବେ ନାହିଁ ଜୋ ବାଇଡେନ

36

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦୁଇ ମାସ ଧରି ଯୁଦ୍ଧ ଜାରି ରହିଛି I ଏଭଳି ପରିସ୍ଥିତିରେ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରୁଛନ୍ତି। ଏହି ସମୟରେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବେ ବୋଲି ଖବର ଆସୁଥିଲା। ତେବେ ହ୍ୱାଇଟ ହାଉସ ପକ୍ଷରୁ ଏହି ଖବରକୁ ଖଣ୍ଡନ କରା ଯାଇଛି I କରିଛି। ହ୍ୱାଇଟ ହାଉସ ର ମୁଖପାତ୍ର ଜେନ ପସାକି କହିଛନ୍ତି ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କ୍ୱିଭ ଯିବାର କୌଣସି ଯୋଜନା ନାହିଁ।

ସେପଟେ ବାଇଡେନ୍ ପ୍ରଶାସନର ଜଣେ ଉଚ୍ଚ ସ୍ତରୀୟ ଆମେରିକୀୟ ଅଧିକାରୀଙ୍କୁ ଖୁବ୍ ଶୀଘ୍ର କିଭ୍ ପଠାଇବାକୁ ଯୋଜନା ବିଷୟରେ ସାକି ସୂଚନା ଦେଇଛନ୍ତି । ଆମେରିକା ପୂର୍ବରୁ ୟୁକ୍ରେନକୁ ଅତିରିକ୍ତ ୮୦୦ ମିଲିୟନ ଆମେରିକୀୟ ଡଲାରର ସୈନ୍ୟ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିଲା । କାରଣ ଓ୍ବାଶିଂଟନ୍ ପୂର୍ବ ୟୁକ୍ରେନ୍‌ରେ ଋଷ୍ ବ୍ୟାପକ ଆକ୍ରମଣ କରିବା ନେଇ ଆଶଙ୍କା କରିଥିଲା ।

ସାକି କହିଛନ୍ତି ଯେ, ୱାଶିଂଟନ୍ ଗତ ସପ୍ତାହରେ ୟୁକ୍ରେନକୁ ସୁରକ୍ଷା ସହାୟତା ପାଇଁ ୪ଟି ବିମାନ ପଠାଇଛି । ଆଜି ଆଉ ଏକ ବିମାନ ପଠାଯାଉଛି । ୟୁକ୍ରେନକୁ ସମର୍ଥନ କରୁଥିବା ୩୦ ସହଯୋଗୀଙ୍କ ମଧ୍ୟରେ ଆମେରିକା ସାମରିକ ସହାୟତାର ସବୁଠୁ ବଡ ଯୋଗାଣକାରୀ ଭାବେ ଉଭା ହୋଇଛି ।

ଜାନୁଆରୀ ୨୦୨୧ରେ ରାଷ୍ଟ୍ରପତି ଜୋ ବାଇଡେନ୍ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ଓ୍ବାଶିଂଟନ୍ ୟୁକ୍ରେନକୁ ୩.୨ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ସୁରକ୍ଷା ସହାୟତା ଯୋଗାଇ ଦେଇଛି । ଫେବୃଆରୀ ଶେଷରେ ୟୁକ୍ରେନରେ ଋଷର ବିଶେଷ ସୈନ୍ୟ ଅଭିଯାନ ଆରମ୍ଭ ହେବା ପରଠାରୁ ମୋଟ୍ ପରିମାଣର ପ୍ରାୟ ୨.୬ ବିଲିୟନ ଆମେରିକୀୟ ଡଲାର ଅନୁମୋଦନ କରାଯାଇଥିଲା ।

Comments are closed, but trackbacks and pingbacks are open.