ରୂଷିଆ ୟୁକ୍ରେନ ଯୁଦ୍ଧ : ରୁଷର ୫ଟି ଯୁଦ୍ଧ ବିମାନ ସହ ଗୋଟିଏ ହେଲିକପ୍ଟର କୁ ଖସାଇଲା ୟୁକ୍ରେନ୍

21

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଋଷକୁ ସବୁଆଡୁ ଆକ୍ରମଣ ପରେ ଏବେ ପାଲଟା ଆଟାକ କରିଛି ୟୁକ୍ରେନ । ଭ୍ଲାଦିମିର ପୁଟିନଙ୍କ ଆକ୍ରମଣ ଜୋରଦାରର ଜବାବ ଦେଇଛି ୟୁକ୍ରେନ୍ ।ବିବାଦୀୟ ଲୁହାନିସ୍କରେ ପଇଁତରା ମାରୁଥିବା ରୁଷର ୫ଟି ଯୁଦ୍ଧ ବିମାନକୁ ଗୁଳି କରି ୟୁକ୍ରେନ ସେନା ଖସାଇ ଦେବା ସହ ରୁଷର ଗୋଟିଏ ଆଟାକିଂ ହେଲିକପ୍ଟରକୁ ମଧ୍ୟ ଖସାଇ ଦେଇଛନ୍ତି । ଏହି ଘଟଣା ପରେ ସ୍ଥିତି ଆହୁରି ଉଗ୍ର ରୂପ ଧାରଣ କରିଛି। ତେବେ ରୁଷିଆ ପ୍ରଥମେ ୟୁକ୍ରେନର କିଭ ଓ ଖାରକିଭରେ ମିସାଇଲ ଆକ୍ରମଣ କରିଥିଲା । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅଚଳ ହୋଇଯାଇଛି। ରୁଷ ପକ୍ଷରୁ ନିର୍ଦ୍ଦିଷ୍ଟ ଟାର୍ଗେଟକୁ ହିଟ୍‌ କରିପାରୁଥିବା ମିସାଇଲ ଦ୍ୱାରା ୟୁକ୍ରେନର ସାମରିକ ଭିତ୍ତିଭୂମି ଗୁଡ଼ିକ ଉପରେ ହମଲା କରାଯାଇଛି। ଏହି ହମଲାରେ ସାମାରିକ ଭିତ୍ତିଭୂମି, ଏୟାର ଡିଫେନ୍ସ ସିଷ୍ଟମ, ମିଲିଟାରୀ ଏୟାରଫିଲ୍ଡ ଓ ସେନା ବାହିନୀ ବ୍ୟବହାର କରୁଥିବା ବିମାନବନ୍ଦର ଗୁଡ଼ିକୁ ଅଚଳ କରି ଦିଆଯାଇଛି। ନାଗରିକଙ୍କୁ ଘର ଭିତରେ ରହିବାକୁ ୟୁକ୍ରେନ ସରକାର ପରାମର୍ଶ ଦେଇଛନ୍ତି । ସେହିଭଳି ରୁଷ ପକ୍ଷରୁ ସାଧାରଣ ନାଗରିକ ଙ୍କ ଉପରେ କୌଣସି ହମଲା କରାଯିବ ନାହିଁ ବୋଲି ସ୍ପଷ୍ଟୋକ୍ତି ଦେଇଛି I

Comments are closed, but trackbacks and pingbacks are open.