ରୁଷ-ୟୁକ୍ରେନ ଯୁଦ୍ଧ ବିବାଦ :‘କ୍ବାର୍ଡ’ନେତାଙ୍କ ଆଭାସୀ ବୈଠକ,ଯୋଗ ଦେବେ ମୋଦୀ

23

ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘଟ ଲଢେଇ ର ଆଜି ୮ ମ ଦିନ I ଏହାରି ମଧ୍ୟରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ‘କ୍ବାର୍ଡ’ ନେତାମାନଙ୍କ ଆଭାସୀ ବୈଠକ। ବୈଠକରେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିବେ । ଏହା ସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‍ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ । ଏମାନେ ଆଞ୍ଚଳିକ ସୁରକ୍ଷା ସହ ବର୍ତ୍ତମାନ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କ୍ୱାଡ ଗୋଟିଏ ଅଣ ସାମରିକ ସଂଗଠନ। ତଥାପି ଯୁଦ୍ଧ ସମୟରେ ଏପରି ବୈଠକର ଗୁରୁତ୍ୱ ବେଶ ଅଧିକ। ୨୦୨୧ ସେପ୍ଟେମ୍ବର ମାସରେ ୱାଶିଂଟନ୍‍ ଡିସିରେ ଅନୁଷ୍ଠିତ ଶିଖର ବୈଠକ ପରେ ଏହି ନେତାମାନଙ୍କୁ ପୁନର୍ବାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଏହା ସୁଯୋଗ ପ୍ରଦାନ କରିବ । ବିଶେଷକରି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଏହି ନେତାମାନେ ମତ ବିନିମୟ କରିବା ସହ ଏହାର ସମୀକ୍ଷା କରିବେ । ଏହି ଅବସରରେ ‘କ୍ବାର୍ଡ’ ନେତାମାନେ ସ୍ଥିର କରିଥିବା ବିଭିନ୍ନ ନିଷ୍ପତ୍ତିର କାର୍ଯ୍ୟକାରୀତାକୁ ନେଇ ମଧ୍ୟ ସମୀକ୍ଷା କରିବେ। ୟୁକ୍ରେନ ଓ ରୁଷ ଯୁଦ୍ଧ ପରିପ୍ରେକ୍ଷୀରେ ଏହି ବୈଠକକୁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଉଛି।
ଅନ୍ୟପଟେ ଯୁଦ୍ଧର ୮ମ ଦିନରେ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ରୁଷ। ବିଶେଷ କରି ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ ଉପରେ ଅଧିକ ଆକ୍ରମଣ ହେଉଥିବା ଖବର ମିଳିଛି । ଏଠାରେ ଘନଘନ ଆକ୍ରମଣ କରି ରୁଷ ଯବାନମାନେ ବଡ଼ବଡ଼ ପ୍ରତିଷ୍ଠାନ ଓ ଘର ମାଟିରେ ମିଶିବାରେ ଲାଗିଛନ୍ତି। ରୁଷର ମିସାଇଲ୍ ଓ ରକେଟ ମାଡ଼ କାରଣରୁ ବର୍ତ୍ତମାନ ଖାରକିଭରେ ବିଜୁଳି ସପ୍ଲାଏ ବନ୍ଦ ହୋଇଯାଇଛି । ସେଠାରେ ଥିବା ଭାରତୀୟ ଦୂତାବାସ ତରଫରୁ ଭାରତ ରୁ ୟୁକ୍ରେନ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ୟୁକ୍ରେନ ଖାର୍କୀଭ ଛାଡିବା ପାଇଁ ସ୍ୱତନ୍ତ୍ର ଆଡ଼ଭାଇଜରୀ ଜାରି କରାଯାଇଛି I

Comments are closed, but trackbacks and pingbacks are open.