ରୁଷ-ୟୁକ୍ରେନ ଲଢେଇ: ଖାରକିଭରେ ରୁଷିଆର ପ୍ରଚଣ୍ଡ ଆକ୍ରମଣ,ଖରସନ କୁ କଲା ଦଖଲ

23

ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ୟୁକ୍ରେନର ପ୍ରମୁଖ ସହର ମାନଙ୍କରେ ରୁଷ ଏକକାଳୀନ ପ୍ରଚଣ୍ଡ ଆକ୍ରମଣକୁ କରିଛି। ବିଶେଷ କରି ୟୁକ୍ରେନ ର ଖାରକିଭ ଓ କିଭ ରେ ରୁଷିଆର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଖାରକିଭରେ ମିଲିଟାରୀ ଏକାଡେମୀ ଓ ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି । ସ୍ଥାନୀୟ ଲୋକଙ୍କୁ ବଙ୍କରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୁଷ ସେନାର ମିସାଇଲ ମାଡ଼ରେ ଭୁଶୁଡିପଡିଛି ପୋଲିସ ବିଲ୍ଡିଂ । ରୁଷର ଏହି ଆକ୍ରମଣ ରେ ୨୧ ଜଣ ୟୁକ୍ରେନୀୟ ନାଗରିକ ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ଖାରକିଭ ରାଜ୍ୟପାଳ ସୂଚନା ଦେଇଛନ୍ତି । ଏବେ ବି ରକେଟ ଜରିଆରେ ଆକ୍ରମଣ ଜାରି ରଖିଛନ୍ତି ରୁଷ ସେନା ।
ସେହିଭଳି ରୁଷ ବୋମା ମାଡ଼ କରି ୟୁକ୍ରେନର ଖେରସନ ସହରକୁ ସଂପୂର୍ଣ୍ଣ ଦଖଲକୁ ନେଇ ଯାଇଛି। ଏବେ ସହରରେ ରୁଷ ସୈନ୍ୟ ଓ ଟ୍ୟାଙ୍କଗୁଡ଼ିକ ଚକର କାଟୁଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏବେ ବି ଖେରସନର କିଛି ସ୍ଥାନରେ ରୁଷ ଓ ୟୁକ୍ରେନ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଖେରସନର କିଛି ଅଞ୍ଚଳରେ ରୁଷ ଆକାଶ ମାର୍ଗରୁ ବୋମା ମାଡ଼ ମଧ୍ୟ କରୁଛି। ଖେରସନ ବ୍ୟତୀତ ଖାରକିଭ ଓ କିଭ୍‌ରେ ମଧ୍ୟ ରୁଷର ଦମନଲୀଳା ଜାରି ରହିଛି।
ୟୁକ୍ରେନ ସେନା କହିଛି ଯେ ରୁଷ ପାରାଟ୍ରୁପରମାନେ ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ପାରାଚ୍ୟୁଟ ମାଧ୍ୟମ ରେ ଅବତରଣ କରିଛନ୍ତି।
ସେପରି ଖାରକିଭ ସ୍ଥିତ ମିଲିଟାରୀ ଏକାଡେମୀରେ ଏବଂ ହସ୍ପିଟାଲ ଗୁଡିକରେ ରକେଟ ମାଡ କରାଯାଇଛି । ଗତ ୯ ଘଣ୍ଟା ଧରି ସେଠାରେ ନିଆଁ ଲିଭିନଥିଲା । ୟୁେକ୍ରେନ ଗୃହ ମନ୍ତ୍ରଣାଳୟର ପରାମର୍ଶଦାତାଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ପୋଲିସ ବିଭାଗର ବିଲ୍ଡିଂକୁ କିପରି ରୁଷ ଆକ୍ରମଣ କରିଛି, ତାହା ଦେଖିବାକୁ ମିଳିଛି ।

Comments are closed, but trackbacks and pingbacks are open.