ରୁଷ-ୟୁକ୍ରେନ ବିବାଦ : ତୁରନ୍ତ ଖାର୍କିଭ ଛାଡିବାକୁ ନାଗରିକଙ୍କୁ ନିର୍ଦେଶ ଦେଲା ଭାରତୀୟ ଦୂତାବାସ

22

ରୁଷ -ୟୁକ୍ରେନ ଯୁଦ୍ଧ ବିବାଦ ମଧ୍ୟରେ ପୂର୍ବ ୟୁକ୍ରେନର ଖାରକିଭ ଉପରେ ଋଷିଆ ପୁଣି ଆକ୍ରମଣ ଆରମ୍ଭ କରିଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଖାର୍କିଭରେ ରହୁଥିବା ନିଜ ଦେଶ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରି ସେମାନଙ୍କୁ ତୁରନ୍ତ ସେହି ଅଂଚଳ ଛାଡି ଚାଲିଯିବାକୁ କହିଛି।ଏଥିରେ ଏକ କ୍ରୁଜ ମିସାଇଲ ଖାରକିଭ ସିଟି କାଉନସିଲ ବିଲ୍ଡିଂରେ ମାଡ ହେବା ପରେ ଭାରତୀୟ ଦୂତାବାସ ଏଠାରେ ଅଟକି ରହିଥିବା ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ତୁରନ୍ତ ଅଞ୍ଚଳ ଖାଲି କରିବା ଲାଗି କୁହାଯାଇଛି I ଏଠାରେ ଋଷିଆର ଆକ୍ରମଣ ଆହୁରି ତୀବ୍ର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏଣୁ ଏହି ପରାମର୍ଶରେ କୁହାଯାଇଛି, ଖାର୍କିଭରେ ଥିବା ସମସ୍ତ ଭାରତୀୟମାନଙ୍କୁ ପେସୋଚିନ୍, ବାବାୟେ ଏବଂ ବେଜଲିଉଡୋଭାରେ ପହଞ୍ଚିବାକୁ କୁହାଯାଇଛି। ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଏହି ସବୁ ସ୍ଥାନ ଅଭିମୁଖେ ଭାରତୀୟମାନେ ବାହାରି ଯାଆନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

ତେବେ ଛାତ୍ରଛାତ୍ରୀ ଓ ନାଗରିକ କିପରି ଖାରକିଭ ଛାଡିବେ ସେ ନେଇ ଭାରତ ସରକାର ଓ ଦୂତାବାସଙ୍କ କାର୍ଯ୍ୟପ୍ରଣାଳୀ ଉପରେ ଏବେ ଲୋକେ ପ୍ରଶ୍ନ ଉଠାଉଛନ୍ତି। କାରଣ ଭାରତୀୟ ଏବେ ୟୁକ୍ରେନରେ ଟ୍ରେନ ଯାତ୍ରା କରିବା ଦୂରର କଥା ସେମାନଙ୍କୁ ଫୋର୍ସ ଷ୍ଟେସନକୁ ବି ପୁରାଇ ଦେଉ ନାହାନ୍ତି। ଘଉଡାଇବା ଲାଗି ପୋଲିସ ଗୁଳି ଚାଳନା ଧମକ ମଧ୍ୟ ଦେଉଛି, କେଉଁଠି କେଉଁଠି ଫଲସ ଫାୟରିଂ ମଧ୍ୟ କରୁଛନ୍ତି। ଛାତ୍ରଛାତ୍ରୀ ନାଗରିକ ଏବେବି ବିଭିନ୍ନ ଷ୍ଟେସନ ସମ୍ମୁଖରେ ଅଟକି ରହିଥିବା ବେଳେ ଋଷିଆର କ୍ଷେପଣାସ୍ତ୍ର ଆଖପାଖରେ ପଡୁଛି ବୋଲିଟ୍ୱିଟ୍‌ କରୁଛନ୍ତି।

ଇତି ମଧ୍ୟରେ, ଆଜି ସୁଦ୍ଧା ମୋଟ ୧୬ଟି ବିମାନରେ ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଫେରାଇ ଅଣାଯାଇଛି। ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ ଭାରତୀୟ ନାଗରିକମାନେ କିଭ୍ ଛାଡିଛନ୍ତି ଏବଂ ୟୁକ୍ରେନର ପ୍ରାୟ ୬୦% ଭାରତୀୟଙ୍କୁ ଦେଶକୁ ଅଣାଯାଇଛି।

ସେ କହିଛନ୍ତି, ଆମର ସମସ୍ତ ନାଗରିକ କିଭ୍ ସହରରୁ ଆସି ସାରିଛନ୍ତି। ସେଠାରେ ଆମର ଆଉ ନାଗରିକ ନାହାଁନ୍ତି, କେହି ଆମ ସହ ଯୋଗାଯୋଗ କରିନାହାଁନ୍ତି। ଆମର ସମସ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ଆମର ପ୍ରତ୍ୟେକ ନାଗରିକ କିଭ୍ ଛାଡି ସାରିଛନ୍ତି।ସେ କହିଛନ୍ତି ଯେ ୟୁକ୍ରେନର ଥିବା ପ୍ରାୟ ୨୦ ହଜାର ଭାରତୀୟ ନାଗରିକଙ୍କ ମଧ୍ୟରୁ ୧୨ ହଜାର ଭାରତ ଫେରିଛନ୍ତି।

Comments are closed, but trackbacks and pingbacks are open.