ୟୁକ୍ରେନ ପରେ ଋଷ ଟାର୍ଗେଟରେ ରହିଛି ଆଉ ଏକ ଦେଶ, ଖୁବଶୀଘ୍ର କରିପାରେ ଆକ୍ରମଣ,ସଂକେତ ଦେଲେ ବେଲାରୁଷ ରାଷ୍ଟ୍ରପତି

19

ରୁଷ-ୟୁକ୍ରେନ ଯୁଦ୍ଧ ଆଜି ୭ମ ଦିନରେ ପହଂଚିଲାଣି I ରୁଷ ର ପ୍ରଚଣ୍ଡ ଆକ୍ରମଣ ରେ ଆଜି ୟୁକ୍ରେନ ର ଖରସନ,ଖାର୍କୀଭ ସହିତ କିଭ ଭଳି ସହର ଗୁଡିକ ଧ୍ବଂସ ସ୍ତୁପ ପାଲଟି ଗଲାଣି I ଖାର୍କୀଭ ରେ ଥିବା ମିଲିଟାରୀ ବେଶ ଏବଂ ହସ୍ପିଟାଲ ଗୁଡିକୁ ଟାର୍ଗେଟ କରି ପ୍ରଚଣ୍ଡ ବୋମା ବର୍ଷଣ କରୁଛି ରୁଷ I ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ଉପରେ ଖପା ରହିଛି ସାରା ବିଶ୍ୱ । ଆମେରିକା ସହିତ ଅନେକ ରାଷ୍ଟ୍ର ଋଷ ସହିତ ବିଭିନ୍ନ ପ୍ରକାର ସମ୍ପର୍କ ମଧ୍ୟ ଛିନ୍ନ କରିବା ଆରମ୍ଭ କରି ଦେଲେଣି । କିନ୍ତୁ ଆଉ କେତେକ ପଶ୍ଚିମ ରାଷ୍ଟ୍ରଙ୍କ ପ୍ରତ୍ୟକ୍ଷ ସମର୍ଥନ ରହିଛି ରୁଷ ପ୍ରତି ଇ ଏହାରି ମଧ୍ୟରେ ଋଷକୁ ସମର୍ଥନ କରୁଥିବା ରାଷ୍ଟ୍ରଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛି ବେଲାରୁଷ । ଯୁଦ୍ଧ ଆରମ୍ଭ ହେବା ମାତ୍ରେ ବେଲାରୁଷର ରାଷ୍ଟ୍ରପତି ଋଷ ପାଇଁ ଖୁଲି ଦେଇଥିଲେ । ଏହାରି ମଧ୍ୟରେ ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୁଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବି ଏବେ ସରକାରୀ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି । ଏହି ଭିଡିଓରେ ବେଲାରୁଷର ରାଷ୍ଟ୍ରପତି କହୁଛନ୍ତି କି ୟୁକ୍ରେନ ଦଖଲ ପରେ ପୁତିନଙ୍କ ଟାର୍ଗେଟରେ ରହିଛି ମୋଲଡୋଭା । ଏକ ବ୍ୟାଟଲ ମ୍ୟାପ ଜରିଆରେ ୟୁକ୍ରେନରେ ଋଷ ଆକ୍ରମଣର ଯୋଜନା ଉପରେ ନିଜ ସୁରକ୍ଷା ପରିଷଦ ସହ ଆଲୋଚନା କରୁଥିଲେ ବେଲାଋଷର ରାଷ୍ଟ୍ରପତି । ଯେଉଁଥିରେ ଲୁକାଶେଙ୍କୋ ବ୍ୟାଟେଲ୍ ମ୍ୟାପ୍ ସାମ୍ନାରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ମାନଚ୍ଚିତ୍ରରେ ୟୁକ୍ରେନ ଏବଂ ମୋଲଡୋଭା ସ୍ପଷ୍ଟ ଭାବେ ଦେଖାଯାଉଛି। ଆଉ ସବୁଠୁ ବଡ କଥା ମୋଲଡୋଭା ୟୁକ୍ରେନର ପଡୋଶୀ ଦେଶ। ଏଥିରୁ ଆଶଙ୍କା ପ୍ରକାଶ ପାଇଛି ଯେ, ପୁଟିନ୍ ୟୁକ୍ରେନ ପରେ ମୋଲଡୋଭା ଉପରେ ମଧ୍ୟ ଆକ୍ରମଣ କରି ପାରନ୍ତି।
ଡେଲି ମେଲ୍‌ର ଏକ ରିପୋର୍ଟ ଅନୁଯାୟୀ, ବେଲାରୁଷର ଏକଛତ୍ରବାଦ ଶାସକ ଆଲେକଜାଣ୍ଡାର ଲୁକାଶେଙ୍କୋ ରୁଷ ରାଷ୍ଟ୍ରପତି ପୁଟିନଙ୍କ ପରମ ମିତ୍ର। ବେଲାରୁଷ ରୁଷର ସହଯୋଗୀ ରାଷ୍ଟ୍ର। ୟୁକ୍ରେନ ଉପରେ ଆକ୍ରମଣରେ ବେଲାରୁଷ ରୁଷର ଖୋଲା ସମର୍ଥନ କରିଛି।ବେଲାରୁଷ ସିଧା ସଳଖ ଋଷ ସହ ମିଶି ୟୁକ୍ରେନ ଉପରେ ଆକ୍ରମଣ କରୁନଥିଲେ ବି ୟୁକ୍ରେନର ଗୁଇନ୍ଦା ସଂସ୍ଥାର ରିପୋର୍ଟ ମୁତାବକ ବେଲାରୁଷ ୟୁକ୍ରେନ ବିରୋଧରେ ୩୦୦ ଟି ଟ୍ୟାଙ୍କ ନିୟୋଜିତ କରିଛି ଓ କିଛି ଯୁଦ୍ଧ ବିମାନ ୟୁକ୍ରେନ ସୀମାରେ ଚକ୍କର କାଟୁଛି । ଏହି କାରଣରୁ ବେଲାରୁଷ ରାଷ୍ଟ୍ରପତି ଜାରି କରିଥିବା ଭିଡିଓ ମୁତାବକ ୟୁକ୍ରେନ ପରେ ଋଷ ମୋଲଡୋଭା ଉପରେ ଆକ୍ରମଣ କରିପାରେ ।

Comments are closed, but trackbacks and pingbacks are open.