ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଅଭିଯୋଗ,‘ମୋତେ ମାରିବାକୁ ରୁଷ ର ଚାଲିଛି ଷଡଯନ୍ତ୍ର’

22

ରୁଷ ଓ ୟୁକ୍ରେନ ଯୁଦ୍ଧ ର ଆଜି ପଞ୍ଚମ ଦିନ I ଦୁଇ ଦେଶ ଯୁଦ୍ଧ ଆଶ୍ୱସ୍ତକର ଖବର ମଧ୍ୟ ସାମ୍ନାକୁ ଆସିଛି। ଆଲୋଚନା କରିବାକୁ ଋଷ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କଲା ୟୁକ୍ରେନ। ପୂର୍ବରୁ ବେଲାଋଷରେ ଆଲୋଚନା ନେଇ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ରୋକଠୋକ ମନା କରିଦେଇଥିବା ବେଳେ ଏବେ ରାଜିଥିବା ସୂଚନା ମିଳିଛି। ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଅଭିଯୋଗ,‘ମୋତେ ମାରିବାକୁ ରୁଷ ର ଚାଲିଛି ଷଡଯନ୍ତ୍ର ଏହି ଆକ୍ରମଣ ବିରୋଧରେ ଗୁରୁବାର ଠାରୁ କ୍ରମାଗତ ରୁଷରେ ବିକ୍ଷୋଭ ଜାରି ରହିଛି । ଏହI ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଙ୍କ ଅଭିଯୋଗ ଅନୁସାରେ ରୁଷ ଆମଦାନୀ କରିଥିବା ୪୦୦ରୁ ଅଧିକ ସୈନ୍ୟ ୟୁକ୍ରେନ୍‌ରେ ବୁଲୁଛନ୍ତି। ଏହି ସୈନ୍ୟମାନେ କିଭ୍ ଚାରିପାଖେ ଚକ୍କର କାଟୁଥିବା ବେଳେ ମୋତେ ହତ୍ୟା ପାଇଁ ନିର୍ଦ୍ଦେଶ ଦିଆଆଯାଇଥିବା ସେ କହିଛନ୍ତି।
ରାଷ୍ଟ୍ରପତିଙ୍କ ନୂତନ ସଂସ୍କରଣରେ ‘ଟାଇମ୍ସ’ ପତ୍ରିକା ଏକ ରିପୋର୍ଟ ପ୍ରକାଶ କରିଛି ।ରାଷ୍ଟ୍ରପତି ପୁଟିନ ‘ୱାଗେନର’ ନାମକ ଏକ ସାମରିକ ସଙ୍ଗଠନ କୁ ୟୁକ୍ରେନ୍‌ରେ ବ୍ୟବହାର କରୁଛନ୍ତି । ଏହି ଗ୍ରୁପ ରେ ଥିବା ଅଧିକାଂଶ ସୈନ୍ୟଙ୍କୁ ଆଫିକ୍ରାରୁ ଅଣାଯାଇଛି। ଜେଲେନିସ୍କି ସରକାର ମୁଣ୍ଡ କାଟିବା ପାଇଁ ସେମାନଙ୍କୁ ୫ ମାସ ଆଗରୁ ଅଣାଯାଛି। ସେମାନଙ୍କୁ ମୋଟା ଅଙ୍କର ବୋନସ ଦିଆଯାଇଛି ବୋଲି ସେ କହିଛନ୍ତି। ଏହି ଭଡ଼ାଟିଆ ସୈନ୍ୟମାନେ ୟୁକେନ୍‌ରେ ଶନିବାର ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପରେ ୟୁକ୍ରେନ୍‌ ପକ୍ଷରୁ କିଭ୍‌ରେ ୩୬ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏହି ସୈନ୍ୟମାନଙ୍କଠାରୁ ନିଜକୁ ରକ୍ଷା ପାଇଁ ୟୁକ୍ରେନ୍‌ ନାଗକରିକଙ୍କୁ ସତର୍କ କରାଯାଇ ଥିବା ସେ କହିଛନ୍ତି। ଏହି ମିଶନ ବିଷୟରେ ସୂଚନା ପାଇବା ପରେ, ୟୁକ୍ରେନ ସରକାର ରାଜଧାନୀରେ ୩୬ ଘଣ୍ଟିଆ ହାର୍ଡ କର୍ଫ୍ୟୁ ଲାଗୁ କରିଛନ୍ତି । ନାଗରିକମାନଙ୍କୁ କୁହାଯାଇଛି ଯେ ଯଦି ଏହି ସମୟ ମଧ୍ୟରେ କେହି ବାହାରେ ଦେଖା କରନ୍ତି ତେବେ ସେମାନଙ୍କୁ ଗୁଳି କରିହେବ ।

Comments are closed, but trackbacks and pingbacks are open.