ତାଲିବାନ ରାଜ ସପକ୍ଷ ରେ ଋଷିଆ

29

ସାମ୍ପ୍ରତିକ ଆଫଗାନିସ୍ତାନ ର ରାଜନୈତିକ ସଙ୍କଟକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ଏହି ସମୟ ରେ ଆଫଗାନିସ୍ତାନ ପରିସ୍ଥିତି କୁ ଦୃଷ୍ଟି ରେ ରଖି ଋଷିଆ ନିଜ ପ୍ରତିକ୍ରିୟା ରେ କହିଛି ଯେ, ତାଲିବାନୀ ଶାସନ ରେ ଅଧିକ ସୁରକ୍ଷିତ ହେବ ଆଫଗାନିସ୍ତାନ । ତାଲିବାନୀଙ୍କୁ ପ୍ରଶଂସା କରିଛନ୍ତି ଋଷିଆ ରାଷ୍ଟ୍ରଦୂତ ଦିମିତ୍ରୀ ଜିରନୋବ ଏହା କହିଛନ୍ତି । ସେ ପୁଣି କହିଛନ୍ତି ତାଲିବାନ କବ୍ଜା ର ୨୪ ଘଂଟାରେ ଯେପରି ଆଫଗାନିସ୍ତାନ ର ସ୍ଥିତି ଦେଖିବାକୁ ମିଳିଛି, ସେଥିରୁ ଲାଗୁଛି କାବୁଲ ପୂର୍ବ ସରକାର ଅପେକ୍ଷା ଅଧିକ ସୁରକ୍ଷିତ ।
ସେପଟେ, ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କାବୁଲ ରେ ଥିବା ପାର୍କ ମାନଙ୍କରେ ତାଲିବାନୀ ମାନେ ଖୁସିଲେ ନାଚିବା ସହ ଦୋଳି ଖେଳିବାର ଚିତ୍ର ସାମ୍ନାକୁ ଆସିଛି । ଏହାର କିଛି ଭିଡ଼ିଓ ଏବେ ଭାଇରାଲ ହୋଇଛି । ଭିଡ଼ିଓରେ ଛୋଟ ପିଲାଙ୍କ ଖେଳନା ଗାଡ଼ି ଚଳାଇ ମଜା କରୁଛନ୍ତି ତାଲିବାନୀ । ଏହା ସହ ଜିମରେ ଏକ୍ସରସାଇଜ କରୁଥିବାର ଦେଖିବାକୁ ମିଳିଛି । ତାଲିବାନ ମାନେ ଅଫଗାନିସ୍ତାନକୁ କବଜା କରିବା ପରେ ଲୋକଙ୍କ ମଧ୍ୟରେ ଭୟ ବାତାବରଣ ଦେଖାଦେଇଛି । ଲୋକେ ତାଙ୍କ ଜୀବନ ବଂଚାଇବା ପାଇଁ ନିଜ ନିଜ ଦେଶକୁ ଫେରିଯାଉଥିବା ବେଳେ,କାବୁଲ ବିମାନ ବନ୍ଦର ରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି I ଅନ୍ୟ ପଟେ ତାଲିବାନ ମାନେ ଖୁସି ରେ ଉତ୍ସବ ମନାଉଛନ୍ତି I ।

Leave A Reply

Your email address will not be published.