ଯୁଦ୍ଧ ବିରତି ପାଇଁ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ବେଲାରୁସ୍‌ରେ ବୈଠକ ଆରମ୍ଭ

20

ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ଆସିଛି ଆଶ୍ବସ୍ତୀକର ଖବର । ଯୁଦ୍ଧ ରୋକିବା ଏବଂ ଲାଗି ରହିଥିବା ବିବାଦକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ବେଲାରୁସ ସୀମା​‌ରେ ୟୁକ୍ରେନ୍‌ ଏବଂ ଋଷ ମଧ୍ୟରେ ଆରମ୍ଭ ହୋଇଛି ଆଲୋଚନା । ଏହି ଆଲୋଚନା ମାଧ୍ୟମରେ କିଛି ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଛି । ପୂର୍ବରୁ ଋଷ ପ୍ରଥମେ ୟୁକ୍ରେନ୍‌ ସୀମାରୁ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ଦାବି କରିଥିଲେ ରାଷ୍ଟ୍ରପତି ଜେଲେଂସ୍କ । ବେଲାରୁଷର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ଫଟୋ ଟ୍ୱିଟ୍‌ କରି ଏନେଇ ସୂଚନା ଦିଆଯାଇଛି। ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ମଞ୍ଚ ପ୍ରସ୍ତୁତ ହୋଇସାରିଛି। କେବଳ ଦୁଇ ଦେଶର ପ୍ରତିନିଧିମଣ୍ଡଳଙ୍କୁ ଅପେକ୍ଷା ବୋଲି ଟ୍ୱିଟ୍‌ରେ କୁହାଯାଇଛି।
ସୂଚନାନୁସାରେ , ରୁଷ ଏବଂ ୟୁକ୍ରେନ୍‌ ଭିତରେ ଦୀର୍ଘ ୫ ଦିନ ହେଲା ଯୁଦ୍ଧ ଜାରି ରହିଛି। ଏହି ଭୟଙ୍କର ଯୁଦ୍ଧରେ ୟୁକ୍ରେନ କୁ ରୁଷିଆ ଧ୍ବଂସ ସ୍ତୁପରେ ପରିଣତ କରିସାରିଲାଣି କହିଲେ ଚଳେ I କିନ୍ତୁ ଏସବୁ ଭିତରେ ଋଷିଆ ୟୁକ୍ରେନ ରାଜଧାନୀ କିଭକୁ ଦଖଲ କରିବାପାଇଁ ସଂଘର୍ଷ କରୁଛି । ୟୁକ୍ରେନ ଦାବି କରୁଛି ଯେ ସେମାନେ ଏଯାଏଁ ୩୫୦୦ ଋଷିଆ ସେନାଙ୍କୁ ମାରି ସାରିଲେଣି । ଏହାରି ଭିତରେ ଏବେ ୟୁକ୍ରେନ୍‌କୁ ଅନ୍ୟ ଦେଶଗୁଡିକ ସମର୍ଥନ କରିବା ଆରମ୍ଭ କରିଛନ୍ତି।

Comments are closed, but trackbacks and pingbacks are open.