ରୂପା ଗାଙ୍ଗୁଲୀ ଗିରଫ

226

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କଲକାତାରେ ବିଜେପିର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲୀଙ୍କୁ ଗିରଫ କରିଛି ପୁଲିସ। ସେ ବାଂସଦ୍ରୋଣୀ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ବୁଧବାର ସାରା ରାତି ସେ ଥାନା ସମ୍ମୁଖରେ ଧାରଣ ଦେଇଥିଲେ। ସୂଚନା ମୁତାବକ, ଧାରଣା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା। ସାରା ରାତି ରୂପା ଗାଙ୍ଗୁଲୀ ଥାନା ବାହାରେ ବସି ରହିଥିବାବେଳେ ଗୁରୁବାର ପଶ୍ଚିମବଙ୍ଗ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରି ଲାଲବଜାର ନିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବାଂସଦ୍ରୋଣୀରେ ଘଟିଥିବା ସଡ଼କ ଦୁର୍ଘଟଣା ପ୍ରସଙ୍ଗରେ ପୁଲିସର କାର୍ୟ୍ୟାନୁଷ୍ଠାନ ବିରୋଧରେ ବିକ୍ଷୋଭ କରିଥିଲେ। ରୂପା ଗାଙ୍ଗୁଲି କହିଥିଲେ ଯେ, ଯେପର୍ୟ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିଛି ସେପର୍ୟ୍ୟନ୍ତ ସେ ଥାନା ଆଗରେ ବିରୋଧ ପ୍ରଦର୍ଶନ ଜାରି ରଖିବେ। ତାଙ୍କୁ ମନାଇବା ପାଇଁ ପୁଲିସ ମଧ୍ୟ ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ।

Comments are closed, but trackbacks and pingbacks are open.