ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ମାନଙ୍କ MACP ଓ PH.D ପାଇଁ ସରଳ ହେଲା ନିୟମାବଳୀ

238

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ନିମ୍ନଲିଖିତ ସେବା ସୁବିଧା ଅନୁମୋଦନ କରିଛନ୍ତି |

ପୂର୍ଣ୍ଣ ସହାୟତା ପାଉଥିବା ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସୁବିଧା ପାଇଁ ଓଡିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ ଅନୁସାରେ ପ୍ରଦାନ କରାଯାଉଥିବା ପରିବର୍ତ୍ତିତ ନିଶ୍ଚିତ କ୍ୟାରିୟର ପ୍ରଗତି ଯୋଜନାକୁ (Modified Assured Career Progression Scheme) ସରଳ କରାଯାଇଛି I ଏବେ 100% ଅନୁଦାନ ପାଇବା ତାରିଖ ପରିବର୍ତ୍ତେ ପ୍ରଥମ ଅନୁଦାନ ମିଳିବା ଦିନକୁ ଭିତ୍ତି କରି MACP ନିର୍ଣ୍ଣୟ କରାଯିବ I

ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଶିକ୍ଷାଦାନ ବୃତ୍ତିରେ ପ୍ରତିଭାବାନ ଅଧ୍ୟାପକ ମାନଙ୍କୁ ଆକର୍ଷିତ କରିବା PH.D ଡିଗ୍ରୀ ହାସଲ ପାଇଁ, ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି. ଅଧ୍ୟାପକମାନଙ୍କୁ ଚାକିରୀ ସମୟରେ Ph.D ର ଅତିରିକ୍ତ ଯୋଗ୍ୟତା ହାସଲ କରିବା ପାଇଁ ପ୍ରୋତ୍ସାହନ ସ୍ଵରୂପ କେବଳ entry level ରେ appropriate pay ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି, (କେବଳ ଅଧ୍ୟାପକ ପଦରେ ) ପ୍ରଦାନ କରାଯିବ |

ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା ପୂର୍ଣ୍ଣ ସହାୟତା ପ୍ରାପ୍ତ କଲେଜର ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ I

Comments are closed, but trackbacks and pingbacks are open.