ପାଠପଢାରୁ ବଞ୍ଚିତ ରାଜ୍ୟର ଆର୍ଥିକ ଅନଗ୍ରସର ପିଲା..

108

ସବୁ ପ୍ରମାଣପତ୍ର ସତ୍ୱେ ପାରଦର୍ଶୀ ପୋର୍ଟାଲରୁ କଟି ଯାଉଛି ଅନେକଙ୍କ ନାଁ । RTE କୋଟାରେ ପାଠପଢାରୁ ବଞ୍ଚିତ ରାଜ୍ୟର ଶହ ଶହ ଆର୍ଥିକ ଅନଗ୍ରସର ପିଲା । ଫଳରେ ନାମୀଦାମୀ ଘରୋଇ ସ୍କୁଲରେ ନିଜ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବା ଲାଗି ସ୍ୱପ୍ନ ଦେଖିଥିବା ବହୁ ଗରିବ ପରିବାର ବଞ୍ଚିତ ହୋଇଛନ୍ତି । ଏଥର ପ୍ରାୟ ୮ ହଜାର ଫର୍ମ ନାକଚ ହେବା ଏବଂ ପରେ ୫ ହଜାରରୁ ଅଧିକ ପିଲାଙ୍କୁ ସିଟ୍ ଆଲଟ୍ କରାଯାଇନଥିବାରୁ ଏହା ପଛରେ ଘୋଟାଲା ଅଭିଯୋଗ ଆଣି ଓସେପା ଅଫିସ୍ ଘେରିଛନ୍ତି ଅଭିଭାବକମାନେ | ଭୁବନେଶ୍ୱର ଖଣ୍ଡଗିରି ବସ୍ତିରେ ରହୁଥିବା ଆର୍ଥିକ ଅନଗ୍ରସର ସୁଚିସ୍ମିତା ରାଉତରାୟ ୪ ବର୍ଷ ହେଲା ପୁଅର ପାଠପଢା ପାଇଁ RTE-ପାରଦର୍ଶୀ ପୋର୍ଟାଲରେ ଆବେଦନ କରିଆସୁଛନ୍ତି । ମାତ୍ର ସବୁ ପ୍ରମାଣପତ୍ର ଦେଇଥିବା ସତ୍ଵେ କାହିଁକି ତାଙ୍କ ପୁଅର ଆଡମିଶନ୍ ହୋଇପାରୁନି, ସେ କଥା ଜାଣିପାରୁ ନାହାନ୍ତି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଅଭିଯୋଗର ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Comments are closed, but trackbacks and pingbacks are open.