ନ୍ୟାସନାଲ ମନିଟାଇଜେସନ ପ୍ଲାନ୍ ରେ ୬ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ: ନିର୍ମଳା ସୀତାରମଣ

24

ଆସନ୍ତା ୪ ବର୍ଷ ମଧ୍ୟରେ ନ୍ୟାସନାଲ ମନିଟାଇଜେସନ ପ୍ଲାନ୍(NMP) ଜରିଆରେ ଆସନ୍ତା ୪ ବର୍ଷ ମଧ୍ୟରେ ୬ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ଏକ ବଡ଼ ଘୋଷଣା କରାଯାଇଛି। ବିଭିନ୍ନ ଭିତ୍ତଭୂମିର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି କି ଏହା ରେଳ, ସଡ଼କ ଏବଂ ଶକ୍ତି କ୍ଷେତ୍ରରେ ଏହି ଅର୍ଥ ନିବେଶ କରାଯିବ । ଚିହ୍ନଟ କରାଯାଇଥିବା ବିଭିନ୍ନ ଭିତ୍ତଭୂମି ପ୍ରକଳ୍ପ ଗୁଡ଼ିରେ ଆସନ୍ତା ୪ ବର୍ଷ ମଧ୍ୟରେ ଏହି ନିବେଶ କରାଯିବ। ଚଳିତ ବଜେଟରେ ନିର୍ମଳା ସୀତାରମଣ ସରକାର ଅର୍ଥ ଆୟର ବିକଳ୍ପ ବ୍ୟବସ୍ଥା ସନ୍ଧାନ ଲକ୍ଷ୍ୟ ରଖିଥିବା ନେଇ ସୂଚନା ଦେଇଥିଲେ।
ବିଭିନ୍ନ କ୍ଷେତ୍ରରେ ଅବିକଶିତ ଅବସ୍ଥାରେ ରହିଥିବା ବିଭାଗ ଗୁଡ଼ିକର ଉନ୍ନତିକରଣ ପାଇଁ ସରକାର ବଦ୍ଧପରିକର ବୋଲି କାନ୍ତ କହିଛନ୍ତି। ଯେଉଁ କ୍ଷେତ୍ରରେ ନିବେଶ ହୋଇ ସାରିଛି ମାତ୍ର ବିକଶିତ ହୋଇ ନାହିଁ ଘରୋଇ କମ୍ପାନୀ ସହଯୋଗରେ ତାକୁ NMP ଜରିଆରେ ବିକଶିତ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଘରୋଇକରଣ ପ୍ରକ୍ରିୟା ଦ୍ଵାରା ଯେଉଁ ଅର୍ଥ ଆସିବ ତାହାକୁ ଭିତ୍ତଭୂମିର ବିକାଶରେ ବିନିଯୋଗ କରାଯିବ। ଏହା ସହିତ ରାଷ୍ଟ୍ରୀୟ ସମ୍ପତ୍ତି ବିକ୍ରି ଅଭିଯୋଗକୁ ମଧ୍ୟ ଅର୍ଥମନ୍ତ୍ରୀ ଖଣ୍ଡନ କରିଛନ୍ତି। NMP ଜରିଆରେ ଘରୋଇକଣ ପ୍ରକ୍ରିୟା ଜରିଆରେ ସରକାର ଅର୍ଥ ସଂଗ୍ରହ କରିବେ। ତେବେ ସମସ୍ତ ସରକାରୀ କମ୍ପାନୀର ମାଲିକ ସରକାର ହିଁ ରହିବେ ବୋଲି ସୀତା ରମଣ ସ୍ପଷ୍ଟ କରିଛନ୍ତି। ଘରୋଇ କମ୍ପାନୀ ଗୁଡ଼ିକ କିଛି ସମୟ ମଧ୍ୟରେ ମାଲିକାନା ସ୍ୱତ୍ୱ ହସ୍ତାନ୍ତର କରିବେ। ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ନୀତି ଆୟୋଗ ଉପ ସଭପତି ରାଜୀବ କୁମାର କହିଛନ୍ତି। ଏହା ସହିତ ଘରୋଇ କ୍ଷେତ୍ରର ଉନ୍ନତିକରଣ ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏକ ସମୟରେ ହୋଇ ପାରିବ ବୋଲି କୁମାର କହିଛନ୍ତି।

Leave A Reply

Your email address will not be published.