ଜଳେଶ୍ବର ରୁ ୪୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍‌ ସୁଗାର ଜବତ

19

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳ ରୁ ୪୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍‌ ସୁଗାର ଜବତ ହୋଇଛି । ଜଳେଶ୍ୱର ର ଶାସନବାଡ଼ ଅଞ୍ଚଳରୁ ୪୦୦ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଥିବା ଜଣାଯାଇଛି । ଏହି ମାମଲାରେ ପୁଲିସ୍‌ ଜଣକୁ ଅଟକ ରଖିଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଜଳେଶ୍ଵର ପୁଲିସର ଏକ ୨୦ ଜଣିଆ ଟିମ୍ ଗତକାଲି ବିଳମ୍ବିତ ରାତିରେ ଶାସନବାଡ଼ ଗ୍ରାମରେ ଚଢ଼ାଉ କରି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଶାସନବାଡ଼ ଗ୍ରାମର ସେକ ସୈଫ ଅଲ୍ଲୀଙ୍କ ଘରେ ବିପୁଳ ପରିମାଣରେ ବ୍ରାଉନସୁଗାର ଥିବାର ପୁଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ଜଳେଶ୍ଵର ଏସଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ପ୍ରଜ୍ଞା ପାରମିତା ମହାନ୍ତିଙ୍କ ନେତୃତ୍ବରେ ଏକ ୨୦ ଜଣିଆ ଟିମ୍ ସେକ ସୈଫ ଅଲ୍ଲୀଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଘରର ଏକାଧିକ ସ୍ଥାନରୁ ମୋଟ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ସେକ ସୈଫ ଅଲ୍ଲୀଙ୍କୁ ଅଟକ ରଖାଯାଇଥିବା ବେଳେ ପୁଲିସ ଅଧିକ ତଥ୍ୟ ଜାଣିବା ପାଇଁ ଜେରା କରୁଛି ।

Leave A Reply

Your email address will not be published.