ରେଳ ଲାଇନ ରୁ ମା’ପୁଅଙ୍କୁ ଉଦ୍ଧାର କଲା ଆରପିଏଫ ପୁଲିସ
ଦେବଦୁତ ସାଜିଲେ ଆରପିଏଫ ପୁଲିସ I ବଞ୍ଚିଗଲା ଦୁଇ ଦୁଇଟି ଅମୁଲ୍ୟ ଜୀବନ I ପାରିବାରିକ ବିବାଦ କୁ ନେଇ ଜଣେ ମା’ନିଜର କୁନି ପୁଅ କୁ ନେଇ ଆତ୍ମହତ୍ୟା ଉଦ୍ଦେଶ୍ୟରେ ରେଳଲାଇନ ରେ ବସିଥିଲେ I ସେପଟେ ଦୁଇ ନମ୍ବର ରୁଟରେ ଗ୍ରୀନ ସିଗ୍ନାଲ ଦେଇ ସାରିଥିଲା। ଟ୍ରେନ ଆସିବା ପୂର୍ବରୁ ,ମା’ପୁଅ ଙ୍କ ଉପରେ ନଜର ପଡିଗଲା ଆରପିଏଫ ପୁଲିସ ର ଦୁଇ କର୍ମଚାରୀ ଏସ୍ଆଇ ରୋଜି ମାହାଣ୍ଡା ଓ ଏଏସଆଇ ସ୍ମୃତି ରଂଜନ ସାହୁଙ୍କର I ସେଠି ଦେବଦୂତ ଭଳି ପହଞ୍ଚିଗଲେ ଏହି ଦୁଇ ଆରପିଏଫ କର୍ମଚାରୀ। ରେଳ ଧାରଣା ଉପରେ ନିଜ ପିଲାକୁ ଧରି ବସିଥିବା ମହିଳାଙ୍କୁ ବୁଝାଇ ସୁଝାଇ ସେ ଜାଗାରୁ ତୁରନ୍ତ ନେଇ ଆସିଲେ । ବଞ୍ଚିଗଲା ଉଭୟ ମା ଓ ପିଲାର ଜୀବନ । ଏପରି ଘଟଣା ଘଟିଛି କଟକ ଷ୍ଟେସନରେ। ଉକ୍ତ ମହିଳାଙ୍କ ଘର କଟକର ମଙ୍ଗଳବାଗ ଅଞ୍ଚଳରେ ବୋଲି ଜଣାଯାଇଛି। ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଡକାଇ ବୁଝାସୁଝା କରି ମହିଳାଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମାରେ ଦେଇଥିଲା।
Comments are closed, but trackbacks and pingbacks are open.