୫ ଦିନିଆ ରିମାଣ୍ଡରେ ଗଲେ ୧୮ ପତ୍ନୀ ଥିବା ରସିକ ଡାକ୍ତର

16

୫ ଦିନିଆ ପୋଲିସ ରିମାଣ୍ଡରେ ଗଲେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ । ନକଲି ଡାକ୍ତର ରମେଶଙ୍କ ବିରୋଧରେ ୧୮ ପତ୍ନୀ ଥିବା ଓ ଲୋକଙ୍କ ଠାରୁ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା । ରମେଶ ସ୍ୱାଇଁ ର ପ୍ରକୃତ ଘର ଓଡ଼ିଶାର କେନ୍ଦ୍ରାପଡାରେ ହୋଇଥିବାବେଳେ ,ତାର ପତ୍ନୀ ମାନଙ୍କର ଘର ଓଡିଶା ସମେତ ବିଭିନ୍ନ ରାଜ୍ୟରେ ବୋଲି ଜଣ ପଡିଛି I ଏହି ଘଟଣା ପଦାକୁ ଆସିବାପରେ ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୁଲିସ୍‌ ଯୋଜନା ରଖିଥିବା ସୂଚନା ମିଳିଛି । ରମେଶ ସ୍ବାଇଁଙ୍କୁ ମଧ୍ୟପ୍ରଦେଶ, ଆନ୍ଧ୍ର, ଗୌହାଟି ଓ ଉତ୍ତର ପ୍ରଦେଶ ପୋଲିସ ଗିରଫ ପାଇଁ ମଧ୍ୟ ଖୋଜୁଥିଲେ । ରମେଶ ଦୀର୍ଘ ୨ ବର୍ଷ ଧରି ଫେରାର ଥିବା ପୋଲିସ ନିକଟରେ ସୂଚନା ଥିଲା ।ଏତେବର୍ଷ ଧରି ରମେଶ କେଉଁଠି ଆଉ କେମିତି ରହି ଆସୁଥିଲା? କାହା କାହାସହ ଲିଙ୍କରେ ଆସିଛି ? କେତେ ଜଣଙ୍କୁ ସେ ନିଜ ଅପରାଧ ଜାଲରେ ଶିକାର କରିଥିଲା ? ଏସବୁର ଖିଅ ଖୋଜିବାକୁ ପୁଲିସ୍‌ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିବା ବେଳେ ଏସ୍‌ଡିଜେଏମ୍‌ କୋର୍ଟ ୫ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି।
ସୂଚନା ଥାଉକି,କେବଳ ବିବାହ ନୁହଁ କ୍ଲିନିକ ଖୋଲି ଠକେଇ କରିଥିବା ଜଣାପଡ଼ିଛି । କଟକ ଓ ଢେଙ୍କାନାଳରେ ଲାଇଫ ସ୍ପାନ ନାମରେ ଦୁଇଟି କ୍ଲିନିକ ଖୋଲିଥିଲେ । କର୍ମଚାରୀ ଓ ଡାକ୍ତରଙ୍କୁ ଦରମା ନଦେଇ ଠକିଛନ୍ତି । ଡାକ୍ତରଙ୍କ ପୁଅକୁ ଲଷ୍ନୌର ଏକ ମେଡିକାଲ କଲେଜରେ ଆଡମିଶନ କରାଇବାକୁ କହି ୬୦ ହଜାର ଟଙ୍କା ଠକି ନେଇଛନ୍ତି ।ତେବେ ଠକ ରମେଶ ସ୍ବାଇଁ ଦଶମ ଫେଲ ବୋଲି ତଦନ୍ତ ବେଳେ ପୋଲିସ ଜାଣିପାରିଛି I

Comments are closed, but trackbacks and pingbacks are open.