ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ୍ ଏବଂ ପୂର୍ବତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ତାଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଭେଟିଛନ୍ତି। ଏହି ସାକ୍ଷାତ ଏପରି ଏକ ସମୟରେ ହୋଇଛି, ଯେତେବେଳେ ରୋହିତ ଶର୍ମା ମଇ ୭ ତାରିଖରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି କ୍ରୀଡ଼ା ଜଗତକୁ ଚକିତ କରିଥିଲେ। ଦେବେନ୍ଦ୍ର ଫଡନାଭିସ୍ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏହି ବୈଠକର ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, “ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ମୋର ସରକାରୀ ବାସଭବନ ‘ବର୍ଷା’ରେ ସ୍ୱାଗତ କରିବା, ତାଙ୍କୁ ଭେଟିବା ଏବଂ ତାଙ୍କ ସହ ଆଲୋଚନା କରିବା ଏକ ଖୁସିର କଥା। ମୁଁ ତାଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବା ପାଇଁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କ କ୍ୟାରିୟରର ପରବର୍ତ୍ତୀ ଅଧ୍ୟାୟ ପାଇଁ ସଫଳତା କାମନା କରୁଛି!”
Comments are closed, but trackbacks and pingbacks are open.