ରୋଜର ବିନ୍ନି ହେଲେ ବିସିସିଆଇର ନୂଆ ସଭାପତି

29

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନୂଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଲେ ବିନ୍ନି । ଏବେ ବିନ୍ନି ବିସିସିଆଇର ୩୬ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ରୋଜର ବିନ୍ନି ୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ । ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଆଜି ମୁମ୍ବାଇର ତାଜ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବସିସିଆଇ ସଚିବ ଜୟ ଶାହ, ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଓ ପୂର୍ବତନ ଭାରତୀୟ କ୍ରିକେଟର୍ ରୋଜର ବିନ୍ନି ସାମିଲ ହୋଇଥିଲେ।

୬୭ ବର୍ଷିୟ ରୋଜର ବିନ୍ନି ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ଆଶାୟୀ ଥିଲେ । ତାଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ଭରିନଥିଲେ । ତେଣୁ ବିନ୍ନି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ରୋଜର ବିନ୍ନି କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନର ସଭାପତି ରହିଥିଲେ । ହେଲେ ଏବେ ବିସିସିଆଇ ଅଧ୍ୟକ୍ଷ ହେବା ପରେ ସେ ଏହି ପଦକୁ ଛାଡି ଦେଇଛନ୍ତି ।

Comments are closed, but trackbacks and pingbacks are open.