ଆକ୍ସନ ମୋଡରେ ରିଭାବା !

20

ଆକ୍ସନ ମୋଡରେ ରିଭାବା ! । ଠିକାଦାରଙ୍କ ଉପରେ ବର୍ଷିଲେ ରିଭାବା ! ରିଭାବାଙ୍କୁ ପ୍ରଶଂସାରେ ପୋତିପକାଇଲେ ସାଧାରଣ ଜନତା । ନିର୍ବାଚନ ଲଢେଇରେ ନିଜ ନନ୍ଦଣଙ୍କୁ କଡା ଟକ୍କର ଦେବାକୁ ନେଇ ଚର୍ଚ୍ଚା ଆସିଥିଲେ ରିଭା । ତେବେ ପରିବାର ବିରୋଧରେ ଯାଇ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିଲେ । ଆଜି ପୁଣି ଥରେ ରିଭାବା ଚର୍ଚ୍ଚାରେ ସେ ମହାନଗରପାଳିକାର ଅଧିକାରୀଙ୍କ ସହିତ ସିସି ରାସ୍ତା ନିର୍ମାଣ କାମ ଦେଖିବା ପାଇଁ ପହଞ୍ଚିଥିଲେ । ନିର୍ମାଣ କାମ ସମୟରେ ତ୍ରୁଟି ଦେଖି ରିଭାବା ରାଗି ଯାଇ ଠିକାଦାରଙ୍କୁ ଗାଳି କରିଥିଲେ । ରିଭାବା ଜାଦେଜା ଜାମନଗର ଉତ୍ତର ବିଧାନସଭା ଆସନରୁ ବିଧାୟିକା ରହିଛନ୍ତି ।

ତାଙ୍କୁ ଗୋକୁଲ ନଗର ଅଞ୍ଚଳର ମଥୁରା ନଗରରେ ତିଆରି ହେଉଥିବା ସିସି ରାସ୍ତାରେ ତ୍ରୁଟି ଥିବା ସୂଚନା ମିଳିଥିଲା । ଏହି କାରଣରୁ ମହାନଗର ପାଲିକାର ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ଆକସ୍ମିକ ଭାବେ ଯାଇ ରିଭାବା ପହଞ୍ଚି ଯାଇଥିଲେ ।ହଠାତ ବିଧାୟିକାଙ୍କୁ ଦେଖି ଘଟଣାସ୍ଥଳରେ କାମ କରୁଥିବା ଠିକାଦାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିଧାୟିକା କାମକୁ ନେଇ ଠିକାଦାରଙ୍କୁ ପଚରାଉଚରା କରିଥିଲେ । ଏଥିସହିତ ସଡ଼କ ନିର୍ମାଣକୁ ନେଇ ହେଉଥିବା ଅନିୟମିତାକୁ ବି ଯାଞ୍ଚ କରିଥିଲେ । ଯାଞ୍ଚରୁ ସେ ରାସ୍ତା ନିର୍ମାଣରେ ତ୍ରୁଟି ପାଇବାରୁ କାମକୁ ଅଧାରୁ ବନ୍ଦ କରି ଦେଇଥିଲେ । ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ତାଙ୍କ ଅଞ୍ଚଳରେ ବିଧାୟିକା ରିଭାବାଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲେ ।

ବିଧାୟିକା କାମର ଟିକନିକ ତଦାରଖ କରୁଥିବା ଦେଖି ସ୍ଥାନୀୟ ବାସିନ୍ଦା ତାଙ୍କର ଭୁରିଭୁରି ପ୍ରଶଂସା କରିଥିଲେ । ଆଉ କହିଥିଲେ, ‘ ଆମର କଥା, ଆମର ସମସ୍ୟା ଓ ଅସୁବିଧାକୁ ବୁଝିବା ପାଇଁ ଏମିତି ଜଣେ ବିଧାୟିକା ଆବଶ୍ୟକ ଥିଲେ ।’ ତେବେ ରିଭାଙ୍କ ଏପରି କାର୍ଯ୍ୟ ସେ ସାଧାରଣ ଜନତାଙ୍କର ହୃଦୟ ଜିତିପାରିଛନ୍ତି । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ କେତେ କାମ ଦେଉଛି ରିଭାବାଙ୍କ ଲୋକପ୍ରିୟତା ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.