ବଢ଼ୁଛି ସଂକ୍ରମଣ : ଆଜି ରାଜ୍ୟରୁ ୭୩ ସଂକ୍ରମିତ ଚିହ୍ନଟ

21

ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଉପରମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।। ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୪ ଓ ସ୍ଥାନୀୟ ସଂକ୍ରମିତ ୨୯ଜଣ ରହିଛନ୍ତି । ସେହିପରି ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୧ଜଣ ସଂକ୍ରମିତ ରହିଛନ୍ତି I ଯାହାକି ବହୁତ ଦିନର ବ୍ୟବଧାନ ପରେ ଏପରି ମାମଲା ଆସିଥିବା ଦେଖିବାକୁ ମିଳିଛି ।
ଚିହ୍ନଟ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୧ଜଣ , ନୂଆପଡ଼ା ଓ ପୁରୀରୁ ୬ଜଣ , କଟକରୁ ୪, ସୁନ୍ଦରଗଡ଼ରୁ ୩, ବଲାଙ୍ଗୀର, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ଜଣେ ଏବଂ ଷ୍ଟେଟପୁଲରୁ ୧୦,ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୦୬୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଅନ୍ୟପଟେ ଗୋଟିଏ ଦିନରେ ରାଜ୍ୟରେ ଆଉ ୩୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ହ୍ରାସ ପାଇଥିବାରୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ କରୋନା ସକ୍ରିୟ ମାମଲା ୩ଶହ ଟପି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫୪ରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୯୦୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୫୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୯୫୩୫ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୧୯୯୬୨୨୪ସାମ୍ପୁଲ ଟେଷ୍ଟ୍ ହୋଇଛି ।

Comments are closed, but trackbacks and pingbacks are open.