ବଢୁଛି କରୋନା ସଂକ୍ରମଣ : ଆଜି ରାଜ୍ୟରୁ ୧୧୨୨ ସଂକ୍ରମିତ ଚିହ୍ନଟ

20

ରାଜ୍ୟରେ ବୃଦ୍ଧି ପାଇଲା ଦୈନିକ କରୋନା ସଂକ୍ରମଣ I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୧୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I
ସଂକ୍ରମିତ ଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୬୪ ଜଣ ଚିହ୍ନଟ ହୋଇଥିବାବେଳେ ୧୮ରୁ କମ୍ ବୟସ ବର୍ଗରୁ ୧୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଲଗାତାର ଭାବରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ସୁନ୍ଦରଗଡରୁ ୧୯୭, କଟକରୁ ୧୩୨,ଅନୁଗୁଳ ଜିଲ୍ଲାରୁ ୧ , ବାଲେଶ୍ୱର ଜିଲ୍ଲାରୁ ୧୨ଜଣ, ବରଗଡ଼ ଜିଲ୍ଲାରୁ ୮ଜଣ, ଭଦ୍ରକ ଜିଲ୍ଲାରୁ ୧୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨ଜଣ, ବୌଦ୍ଧ ଜିଲ୍ଲାରୁ ୬ଜଣ, , ଦେଓଗଡ଼ ଜିଲ୍ଲାରୁ ୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୧୧ଜଣ, ଗଞ୍ଜାମ ଜିଲ୍ଲାରୁ ୨ଜଣ, ଜଗତସିଂହପୁର ଜିଲ୍ଲାରୁ ୨୦ଜଣ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାରୁ ୫୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୭ଜଣ, ନୟାଗଡ଼ ଜିଲ୍ଲାରୁ ୧୪ଜଣ, ନୂଆପଡ଼ା ଜିଲ୍ଲାରୁ ୧୩ଜଣ, ପୁରୀ ଜିଲ୍ଲାରୁ ୨୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୦ଜଣ, ସମ୍ବଲପୁର ଜିଲ୍ଲାରୁ ୬୫ଜଣ, ସୋନପୁର ଜିଲ୍ଲାରୁ ୪୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୯୭ଜଣ, ଷ୍ଟେଟ ପୁଲ୍‌ରୁ ୭୧ଜଣ ରହିଛନ୍ତି । ଆଜିର ସଂକ୍ରମିତ ଙ୍କୁ ମିଶାଇ ରାଜ୍ୟରୁ ମୋଟ ୧୩୦୧୯୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୭୦୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୮୬୧୧୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୪୧୦୮୪୭ ସାମ୍ପୁଲ ଟେଷ୍ଟ୍ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.