ଘରୋଇ ଗ୍ୟାସ ର ଦର ବୃଦ୍ଧି ,ଜାଣନ୍ତୁ କେଉଁଠି କେତେ ବଢ଼ିଲା

31

ଖାଉଟି ଙ୍କ ଉପରେ ଆଉ ଏକ ଆର୍ଥିକ ବୋଝ ଇ ଶନିବାର ଦିନ ପୁଣି ଥରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି I ଘରୋଇ୧୪.୨ କିଲୋଗ୍ରାମ LPG ଗ୍ୟାସ ସିଲିଣ୍ଡରର ମୂଲ୍ୟ ଏକା ଥରକେ ୫୦ ଟଙ୍କା ବୃଦ୍ଧି ପାଇଛି I ଏହି ନୂତନ ଗ୍ୟାସ ଦର ଆଜି ଶନିବାର ୭ ମଇ ୨୦୨୨ ଠାରୁ ଲାଗୁ ହେବ Iଏହା ପରେ ରାଜଧାନୀ ଦିଲ୍ଲୀରେ ୧୪ .୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୯୯୯ .୫୦ ଟଙ୍କାକୁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଗ୍ୟାସ ଦର ୯୭୬ ଟଙ୍କା ରହିଥିବା ବେଳେ ଏଣିକି ୧୦୨୬ ଟଙ୍କା ଦେଇ ଗ୍ୟାସ ସିଲିଣ୍ଡର କିଣିବେ ଗ୍ରାହକ । ଏହା ପୂର୍ବରୁ ମାର୍ଚ୍ଚ ମାସରେ ସିଲିଣ୍ଡର ପିଛା ୫୦ ଟଙ୍କା ବଢିଥିଲା । ମାର୍ଚ୍ଚ ପରେ, ବର୍ତ୍ତମାନ ପୁଣି ଠାରେ ଘରୋଇ ଗ୍ୟାସ ର ମୂଲ୍ୟ ବୃଦ୍ଧି କରାଯାଇଛି |

ସୂଚନା ଅନୁସାରେ ମେ ୧ ରୁ ତୈଳ କମ୍ପାନୀ ଗୁଡିକ ଏଲପିଜି ଗ୍ୟାସ ଦରରେ ୧୦୨.୫୦ ଟଙ୍କା ବୃଦ୍ଧି କରିଥିଲେ । ଏହା ପରେ, ଏପ୍ରିଲ ୧ ରେ, ୧୯ କିଲୋଗ୍ରାମ ବ୍ୟବସାୟିକ LPG ର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି କରାଯାଇଥିଲା I ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୧୫୩ ରୁ ୨୩୫୫ .୫୦ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ଏହା ସିଲିଣ୍ଡର ପିଛା ୯୯୯ .୫୦ ଟଙ୍କା, କୋଲକାତା ୧୦୨୬ ଟଙ୍କା, ଚେନ୍ନାଇ ୨୦୧୫ .୫୦ ଟଙ୍କା ଏବଂ ନୋଏଡା ୯୯୭ .୫୦ ଟଙ୍କା ହୋଇଛି। ପାଟନାରେ ୧୪ .୨ କିଲୋଗ୍ରାମ ସିଲିଣ୍ଡର, ୧୦୮୯ .୫ ଟଙ୍କା,ଲକ୍ଷ୍ନୌ ରେ ୧୪ .୨ କିଲୋଗ୍ରାମର ଘରୋଇ LPG ଗ୍ୟାସ୍ ସିଲିଣ୍ଡର ୧୦୩୭ .୫ ଟଙ୍କା ହୋଇଛି I ପଞ୍ଜାବର ମୂଲ୍ୟ ୧୦୩୫ ଟଙ୍କାକୁ ବୃଦ୍ଧି ପାଇଛି।
ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ପରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାପୂର୍ବରୁ ମାର୍ଚ୍ଚ ୨୨ ରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା। ଅବଶ୍ୟ, ୬ ଅକ୍ଟୋବର ୨୦୧୧ ପରେ, ଘରୋଇ LPG ସିଲିଣ୍ଡର ରେ କୌଣସି ବୃଦ୍ଧି ଘଟି ନ ଥିଲା I ତେବେ ରାଜ୍ୟ ମାନଙ୍କରେ ସ୍ଥାନୀୟ ଟିକସ ଅନୁଯାୟୀ ଘରୋଇ LPG ର ମୂଲ୍ୟ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ମଧ୍ୟରେ ଭିନ୍ନ ଦର ହୋଇଥାଏ I

Comments are closed, but trackbacks and pingbacks are open.