ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ …

123

ମୁମ୍ବାଇ: ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ଅଭିନେତା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଧର୍ମେନ୍ଦ୍ର ସେଠାରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ ଘରକୁ ନିଆଯାଇଥିଲା। ଘରେ ରହି ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ। ମାତ୍ର ଆଜି ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିବା ଖବର ମିଳିଛି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଏ ସମସ୍ତେ ଶୋକବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଛନ୍ତି, “ଧର୍ମେନ୍ଦ୍ରଙ୍କ ପରଲୋକ ଭାରତୀୟ ସିନେମାରେ ଏକ ଯୁଗର ଅନ୍ତ ଘଟାଇଛି। ସେ ଜଣେ ପ୍ରତୀକାତ୍ମକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଥିଲେ, ଜଣେ ଚମତ୍କାର ଅଭିନେତା ଯିଏ ତାଙ୍କ ପ୍ରତ୍ୟେକ ଭୂମିକାରେ ଆକର୍ଷଣ ଏବଂ ଗଭୀରତା ଆଣିଥିଲେ। ସେ ଯେଉଁ ସବୁ ଭୂମିକାରେ ଅଭିନୟ କରିଥିଲେ ତାହା ଅଗଣିତ ଲୋକଙ୍କ ହୃଦୟକୁ ଆକର୍ଷିତ କରିଥିଲା। ଧର୍ମେନ୍ଦ୍ରଙ୍କ ସରଳତା, ନମ୍ରତା ଏବଂ ସ୍ନେହପୂର୍ଣ୍ଣ ମନୋଭାବ ପାଇଁ ପ୍ରଶଂସିତ ହୋଇଥିଲେ। ଏହି ଦୁଃଖଦ ସମୟରେ, ମୋର ସମବେଦନା ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କ ସହିତ ଅଛି।” ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୋଷ୍ଟ କରି କହିଛନ୍ତି, “ବର୍ଷିୟାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ମୁଁ ମର୍ମାହତ। ଦଶନ୍ଧି ଧରି ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ଵ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଉତ୍ତରାଧିକାରୀ ଆଗାମୀ ପିଢିର କଳାକାର ଓ ସିନେପ୍ରେମୀଙ୍କୁ ପ୍ରେରଣା ଯୋଗାଇବ। ପରିବାର , ବନ୍ଧୁ ଓ ଅସଂଖ୍ୟ ଶୁଭେଚ୍ଛୁଙ୍କୁ ମୋର ଆନ୍ତରିକ ସମବେଦନା”।
ଧର୍ମେନ୍ଦ୍ର ହିନ୍ଦୀ ସିନେମାର ସବୁଠାରୁ ସମ୍ମାନିତ ଏବଂ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ। ସାତ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ, ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ, ଯେଉଁଥିରେ “ଶୋଲେ”, “ଚୁପକେ ଚୁପକେ”, “ସୀତା ଔର ଗୀତା” ଏବଂ “ଧରମ ବୀର” ଭଳି ସୁପରହିଟ୍ ଫିଲ୍ମ ଅନ୍ତର୍ଭୁକ୍ତ। ତାଙ୍କ ସଂଳାପଗୁଡ଼ିକ ଏବେ ବି ବହୁଳ ଭାବରେ ପ୍ରଚଳିତ, ଯେଉଁଥିରେ “ଶୋଲେରେ ବାସନ୍ତୀ ଇନ୍ କୁତୋ କେ ଆଗେ ମତ ନାଚନା” ଏକ ପ୍ରମୁଖ ହିଟ୍ ଫିଲ୍ମ ଥିଲା ।

Comments are closed, but trackbacks and pingbacks are open.