ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ଚାଉଳ ବନ୍ଦ: ଯୋଗାଣ ମନ୍ତ୍ରୀ

119

ଭୁବନେଶ୍ୱର: ଆସନ୍ତା ମାସରୁ ବନ୍ଦ ହୋଇଯିବ ଚାଉଳ। ଇ-କେୱାଇସି କରି ନଥିଲେ ଆସନ୍ତା ମାସରୁ ବନ୍ଦ ହୋଇଯିବ ଚାଉଳ। କେନ୍ଦ୍ର ସରକାର ଇ-କେୱାଇସି ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ହିତାଧିକାରୀ ଇ କେୱାଇସି କରିନାହାନ୍ତି। ଏବେ ଆଉ ସମୟ ନାହିଁ। ଏବେବି କେୱାଇସି କରି ନଥିବା ଲୋକଙ୍କ ଚାଉଳ ପଠାଯାଉଛି। ତାକୁ ଖୁବ୍‌ଶୀଘ୍ର ବନ୍ଦ କରି ଦିଆଯିବ। ଯେଉଁମାନେ କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ। ତେଣୁ ଆଗାମୀ ଦିନରେ ଯଦି କେନ୍ଦ୍ର ସରକାର ସମୟ ବଢ଼ାଇବେ, ତେବେ ଆମେ ମଧ୍ୟ ବଢ଼ାଇବୁ। ଯଦି କିଏ ବାଦ୍ ରହିଯାଇଥିବ, ତେବେ ସେମାନଙ୍କୁ ଲିଖିତ ଭାବେ ଦେବାକୁ ପଡ଼ିବ। ତା’ପରେ ଯାଇ ଆମେ ସେମାନଙ୍କ କଥା ବିଚାର କରିବୁ। ସୂଚନାଯୋଗ୍ୟ, ରାସନ କାର୍ଡରେ ଥିବା କିମ୍ବା ପରିବାର ସମସ୍ତ ସଦସ୍ୟଙ୍କ ଆଉଥରେ ଇ-କେୱାଇସି କରିବା ବାଧ୍ୟତାମୂଳକ ଥିଲା। ହେଲେ ଧାର୍ଯ୍ୟ ତାରିଖ ବିତିଯାଇଥିଲେ ମଧ୍ୟ ସଂପୂର୍ଣ୍ଣ ହୋଇପାରି ନ ଥିଲା ଇ-କେୱାଇସି।

Comments are closed, but trackbacks and pingbacks are open.