ଚାଉଳ ରପ୍ତାନୀ ୫ ନିୟୁତ ଟନ୍ ହ୍ରାସ ପାଇବ

17

ନୂଆଦିଲ୍ଲୀ : ଚଳିତ ଆର୍ôଥକବର୍ଷ ଶେଷ ସୁଦ୍ଧା ଭାରତର ଚାଉଳ ରପ୍ତାନୀ ପରିମାଣ ୪ରୁ ୫ ନିୟୁତ ଟନ୍ ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଭଙ୍ଗା ଚାଉଳ ରପ୍ତାନୀ ଉପରେ କଟକଣା ଜାରି କରାଯାଇଥିବାବେଳେ ରପ୍ତାନୀ ଟିକସ ହାର ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏହି କାରଣରୁ ଚାଉଳ ରପ୍ତାନୀ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଇଛି । ବିଶ୍ୱର ଚାଉଳ କାରବାରରେ ଭାରତର ଅବଦାନ ପ୍ରାୟ ୪୦ ପ୍ରତିଶତ । ୨୦୨୧-୨୨ ଆର୍ôଥକବର୍ଷରେ ଭାରତ ୨୧.୨୩ ନିୟୁତ ଟନ୍ ଚାଉଳ ରପ୍ତାନୀ କରିଥିଲା । ପୂର୍ବ ଆର୍ôଥକବର୍ଷରେ ଏହା ୧୭.୭୮ ନିୟୁତ ଟନ୍ ରହିଥିଲା । ଚଳିତ ଆର୍ôଥକବର୍ଷର ଏପ୍ରିଲ-ଅଗଷ୍ଟ ମଧ୍ୟରେ ଭାରତ ୯.୩୫ ନିୟୁତ ଡନ୍ ଚାଉଳ ରପ୍ତାନୀ କରିସାରିଥିବାବେଳେ ୨୦୨୩ ମାର୍ଚ୍ଚ ସୁଦ୍ଧା ଏହା ୧୬ କିମ୍ବା ୧୭ ନିୟତ ଟନ୍‌ରେ ସୀମିତ ରହିବ ବୋଲି ଆକଳନ କରାଯାଉଛି । ଭାରତରୁ ବର୍ତ୍ତମାନ ଅଣ-ବାସୁମତି ଚାଉଳ ଟନ୍ ପିଛା ୩୮୦ରୁ ୪୦୦ ଡଲାରରେ ରପ୍ତାନୀ କରାଯାଉଛି । ତେବେ ଅନ୍ୟ ରାଷ୍ଟ୍ରର ମୂଲ୍ୟ ତୁଳନାରେ ଏହା କମ୍ ବୋଲି ସର୍ବଭାରତୀୟ ଚାଉଳ ରପ୍ତାନୀକାରୀ ସଗଠନ ପକ୍ଷରୁ କୁହାଯାଇଛି । ଯଦି ଏହି ମୂଲ୍ୟକୁ ଆନ୍ତର୍ଜାତିକସ୍ତର ସହ ସମାନ କରାଯିବ, ତାହାହେଲେ ଭାରତୀୟ ଚାଉଳ ବ୍ୟବସାୟୀ ଆଶାନୁରୂପ ଲାଭ ପାଇପାରିବେ ବୋଲି ସଂଘର ପୂର୍ବତନ ସଭାପତି ବିଜୟ ସେତିଆ କହିଛନ୍ତି । ଜୀବଜନ୍ତୁଙ୍କ ଖାଇବା ପାଇଁ ଭଙ୍ଗା ଚାଉଳ ମହଜୁଦ ରଖାଯାଉଥିବାରୁ ଏହାର ରପ୍ତାନୀ ଉପରେ ସରକାର କଟକଣା ଜାରି କରିଛନ୍ତି । ପୁନଶ୍ଚ ଭଙ୍ଗା ଚାଉଳର ରପ୍ତାନୀ ମୂଲ୍ୟରେ ଅହେତୁକ ମୂଲ୍ୟବୃଦ୍ଧି ଘଟୁଥିବାରୁ ଏହା ଉପରେ କଟକଣା ଲାଗୁ କରାଯାଇଛି ବୋଲି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି । ୨୦୨୧-୨୨ରେ ଭାରତ ୩.୮୯ ନିୟୁତ ଟନ୍ ଭଙ୍ଗା ଚାଉଳ ରପ୍ତାନୀ କରିଥିବାବେଳେ ଏଥିରୁ ୧.୫୮ ନିୟୁତ ଟନ୍ ଚୀନ୍ ପଠାଯାଇଥିଲା । ବର୍ତ୍ତମାନ ଭଙ୍ଗା ଚାଉଳର ରପ୍ତାନୀକୁ ‘ମାଗଣା’ ପରିବର୍ତ୍ତେ ‘କଟକଣାଯୁକ୍ତ’ କରାଯାଇଛି ବୋଲି ଟାଇରେକ୍ଟର ଜେନେରାଲ ଅଫ୍ ଫରେନ୍ ଟ୍ରେଡ୍ ପକ୍ଷରୁ କୁହାଯାଇଛି । ତେବେ ବାସୁମତି ଚାଉଳର ରପ୍ତାନୀ କିମ୍ବା ବହିଃଶୁଳ୍‌କ ହାର ଉପରେ କୌଣସି ପ୍ରକାର କଟକଣା ଜାରି କରା ଯାଇନାହିଁ । ଚଳିତ ଏପ୍ରିଲ-ଅଗଷ୍ଟରେ ବାସୁମତି ଚାଉଳର ରପ୍ତାନୀ ୧.୮୨ ନିୟୁତ ଟନ୍‌କୁ ବୃଦ୍ଧି ପାଇଥିବା ଜଣାପଡିଛି । ଏହି ସମୟରେ ୭.୪୩ ନିୟୁତ ଟନ୍ ଉଷୁନା ଓ ୫.୨୧ ନିୟୁତ ଟନ୍ ଅରୁଆ ଚାଉଳ ରପ୍ତାନୀ ହୋଇସାରିଥିବା ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.