ଭିଜିଲାନ୍ସ ଜାଲରେ ପଡିଲେ ଆରଆଇ

23

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ପୁଣି ଜଣେ ସରକାରୀ କର୍ମଚାରୀ। ଏକ ଜବତ ବାଲି ଟ୍ରକ ଛାଡିବାକୁ ନିଜ ଅଫିସ ଭିତରେ ୫୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କୋଦଳା ତହସିଲ ବରିଡା ଆରଆଇ ଦେବାଶିଷ ମାଝି ଙ୍କୁ ଧରିଛି ଭିଜିଲାନ୍ସ I

ସୂଚନା ଅନୁସାରେ, କୋଦଳା ତହସିଲ ବରିଡା ଆରଆଇ ଦେବାଶିଷ ମାଝି ଏକ ବାଲି ଟ୍ରକ ଧରିଥିଲେ । ପରେ ଏହି ବାଲି ଟ୍ରକୁ ଛାଡିବାକୁ ସେ ୫୫ ହଜାର ଟଙ୍କା ମାଗିଥିଲେ । ସେ ନିଜ ଅଫିସ ଭିତରେ ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି I ଏହାସହିତ ତାଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଉଛି । ଏହି ଘଟଣାରେ ଭିଜିଲାନ୍ସ ଆହୁରୀ ଖୋଳତାଡ ମଧ୍ୟ ଆରମ୍ଭ କରିଦେଇଛି ।

Comments are closed, but trackbacks and pingbacks are open.