ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା

163

ନୂଆଦିଲ୍ଲୀ: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ କରିଛି । ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ପରେ ଏକ ପ୍ରଶ୍ନର ଉତ୍ତରକୁ ଧ୍ୟାନରେ ରଖି ଏହି ଫଳ ପ୍ରକାଶ କରାଯାଇଛି । ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଆଜିର ଫଳାଫଳରେ ୧୭ ଜଣ ପରୀକ୍ଷାର୍ଥୀ ଶୀର୍ଷରେ ଥିବାବେଳେ ୬୧ ଜଣ ପରୀକ୍ଷାର୍ଥୀ ସଂଶୋଧିତ ଫଳାଫଳରେ ଶୀର୍ଷରେ ରହିଥିଲେ । ପୂର୍ବରୁ ଟପ୍ପର ଘୋଷିତ ୬୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୪ ଜଣଙ୍କୁ ପଦାର୍ଥ ବିଜ୍ଞାନର ଏକ ପ୍ରଶ୍ନ ପାଇଁ ପୂର୍ଣ୍ଣ ମାର୍କ ଦିଆଯାଇଥିଲା । ପରେ କେତେକ ପରୀକ୍ଷା କେନ୍ଦ୍ରରେ ସମୟ ନଷ୍ଟ ହୋଇଥିବାରୁ ସେମାନଙ୍କୁ ଦିଆଯାଇଥିବା ଅନୁଗ୍ରହ ମାର୍କ ପ୍ରତ୍ୟାହାର କରିନେବା ପରେ ଟପ୍ପରଙ୍କ ସଂଖ୍ୟା ୬୧କୁ ହ୍ରାସ ହୋଇଥିଲା।

Comments are closed, but trackbacks and pingbacks are open.