ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଜାରିହେଲା ସଂଶୋଧିତ ଗାଇଡ଼ଲାଇନ :ଡିସେମ୍ବର ୧ରୁ ଲାଗୁ ହେବ

14

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଡିସେମ୍ବର ୧ ତାରିଖରୁ ସଂଶୋଧିତ ଗାଇଡଲାଇନ ଲାଗୁ ହେବ I ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି I କେନ୍ଦ୍ର ନୂଆ ଗାଇଡ଼ ଲାଇନ ଅନୁସାରେ ବିଦେଶ ରୁ ଫେରୁଥିବା ଯାତ୍ରୀଙ୍କୁ ୧୪ ଦିନର ଯାତ୍ରା ବିବରଣୀ ଦାଖଲ କରିବା ବଧ୍ୟତାମୂଳକ କରାଯାଇଛି । ଯାତ୍ରା ପୂର୍ବରୁ ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ ଅପଲୋଡ କରିବେ । ବିମାନ ବନ୍ଦର ପୋର୍ଟାଲରେ ରିପୋର୍ଟ ଅପଲୋଡ କରିବାକୁ କୁହାଯାଇଛି । ସଂକ୍ରମଣ ଥିବା ଦେଶରୁ ଆସୁଥିଲେ ପହଞ୍ଚିବା ପରେ ହେବ କୋଭିଡ୍ ଟେଷ୍ଟ । କୋଭିଡ ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏୟାରପୋର୍ଟରେ ରହିବେ । ରିପୋର୍ଟ ନେଗେଟିଭ ଆସିଲେ ବି ୭ ଦିନ ହୋମ୍ କ୍ୱାରେଣ୍ଟିନରେ ରହିବେ । ୮ମ ଦିନ ପୁଣି ଟେଷ୍ଟ, ନେଗେଟିଭ ହେଲେ ୭ ଦିନ ନିଜେ ଅନୁଧ୍ୟାନ କରିବେ ।ବର୍ତ୍ତମାନ ଆଟ ରିସ୍କ ତାଲିକାରେ ୧୨ଟି ଦେଶ ରହିଛି । ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସୱାନା, ଚୀନ, ମରିସସ, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ସିଙ୍ଗାପୁର, ହଂକଂ, ଇସ୍ରାଏଲ । ଏହି ସବୁ ଦେଶରୁ ଆସୁଥିବା ନାଗରିକଙ୍କ ଉପରେ ଲାଗୁହେବ ସଂଶୋଧିତ ଗାଇଡଲାଇନ । ଆଟ ରିସ୍କ ଦେଶରୁ ଆସିନଥିଲେ ୫% ଯାତ୍ରୀଙ୍କ ଟେଷ୍ଟ କରାଯିବ । ରିପୋର୍ଟ ପଜିଟିଭ ଆସିଲେ ଜିନୋମ୍ ଟେଷ୍ଟିଂ ପାଇଁ ପଠାଯିବ । ୫ ବର୍ଷରୁ କମ୍ ପିଲାଙ୍କ ପାଇଁ ଏସବୁ କଟକଣା ଲାଗୁ ହେବ ନାହିଁ ।

Leave A Reply

Your email address will not be published.