ଭୁବନେଶ୍ୱର:ପବିତ୍ର କାର୍ତ୍ତିକ ମାସରେ ଆସୁଥିବା ହବିଷ୍ୟାଳି ମା’ମାନେ ପାଇଁ ଏହି ବର୍ଷ ମଧ୍ୟ ପୁରୀରେ ପୁଲିସ ପକ୍ଷରୁ ବିଶେଷ ସୁରକ୍ଷା ଵେବସ୍ତା କରାଯାଇଛି। ଏହି ସୁରକ୍ଷା ସମୀକ୍ଷା ପାଇଁ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ବିଭିନ୍ନ ହବିସିଆଳି କେନ୍ଦ୍ର ସମୂହକୁ ସମୀକ୍ଷା ସହିତ ଅବଲୋକନ କରିଥିଲେ। ଏହି ସମୟରେ ଅନ୍ୟ ଅଧିକାରୀ ଥିଲେ ଅତିରିକ୍ତ ଏସ୍ପି ଶ୍ରୀ ସୁଶିଲ ମିଶ୍ର, ଅତିରିକ୍ତ ଏସ୍ପି ଶ୍ରୀ ଦେବ ପ୍ରତାପ, କୁମ୍ଭରପଡା ଥାନା ଅଧିକାରୀ ସୁଶାନ୍ତ ସାହୁ ଓ ଆରଇ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।ଏସ୍ପି ପୁରୀ ଏବଂ ତାଙ୍କ ଟିମ୍ ବୃନ୍ଦାବତୀ ନିବାସ, ନରେନ୍ଦ୍ରକୋଣା, ରେଲୱେ ପର୍ଯ୍ୟଟକ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ, ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ପରିଦର୍ଶନ କରି ସୁରକ୍ଷା ଵେବସ୍ତା, ଆଲୋକ, ପାଣି, ଶୌଚାଳୟ ଓ ଆବଶ୍ୟକ ସୁବିଧା ଯାଞ୍ଚ କରିଥିଲେ। ହବିସିଆଳି ମା’ମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ପୁରୀ ପୋଲିସ୍ ପକ୍ଷରୁ ଯୋଗାଯୋଗ, ପରିଚାଳନା ଓ ନିରୀକ୍ଷଣ ନିମନ୍ତେ ବିଶେଷ ୟୁନିଟ୍ ଗଠିତ ହୋଇଛି।ଏହା ସହିତ ଏସପି ପୁରୀ ଶ୍ରୀ ପ୍ରତୀକ ସିଂ ସମସ୍ତ ଅଧିକାରୀ ଓ ଫୋର୍ସଙ୍କୁ ନିର୍ଦେଶ ଦେଇଥିଲେ ଯେ, ଭକ୍ତ ଓ ହବିସିଆଳି ମା’ମାନଙ୍କ ପ୍ରତି ସମ୍ମାନ, ଶିଷ୍ଟାଚାର ଓ ସହାୟତାମୂଳକ ବେବହାର ରଖିବା ହେଉଛି ପୁରୀ ପୋଲିସର ପ୍ରାଥମିକ ଦାୟିତ୍ୱ। ସମସ୍ତ ଅଫିସର ଓ ଫୋର୍ସ ନିଜ ଦାୟିତ୍ୱ ସତର୍କ ଭାବେ ପାଳନ କରିବେ। ପୁରୀ ପୋଲିସ ପକ୍ଷରୁ ସମସ୍ତ ଭକ୍ତ ଓ ହବିସିଆଳି ମା’ମାନଙ୍କୁ ଆହ୍ୱାନ ଆପଣମାନେ ଶାନ୍ତି, ଶୃଙ୍ଖଳା ଓ ଭକ୍ତିଭାବ ରଖି ଆସିଛନ୍ତି ତାହା ପୁରୀ ପୋଲିସ ସର୍ବଦା ଆପଣଙ୍କ ସେବା ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ।
Comments are closed, but trackbacks and pingbacks are open.