ଫେରିଲା ଗୌତମ ଆଦାନୀଙ୍କ ଅଚ୍ଛେ ଦିନ୍…ବିଶ୍ବର ଶ୍ରେଷ୍ଠ ୨୦ ଧନୀ ତାଲିକାରେ ହେଲେ ସାମିଲ

34

ଶିଳ୍ପପତି ଗୌତମ ଆଦାନୀଙ୍କ ପୁଣି ଅଚ୍ଛେ ଦିନ (ଭଲ ଦିନ) ଫେରିଛି । ଗତ ଜାନୁଆରି ମାସରେ ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ତାଙ୍କ ସମ୍ପତ୍ତି ଦ୍ରୁତ ଗତିରେ ହ୍ରାସ ପାଇଥିଲା । କିନ୍ତୁ ଏବେ ଧୀରେ ଧୀରେ ତାଙ୍କ କମ୍ପାନିଗୁଡ଼ିକର ସେୟାରରେ ଉନ୍ନତି ସହ ତାଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି । ଗତ ୩ ଦିନରେ ତାଙ୍କ ସମ୍ପତ୍ତି ପ୍ରାୟ  ୧୨ ବିଲିୟନ ଡଲାର ବା ପାଖାପାଖି ୯୮,୦୦୦ କୋଟି ଟଙ୍କା ବୃଦ୍ଧି ପାଇଛି। ଫଳରେ ସେ ପୁଣି ବିଶ୍ବର  ଶ୍ରେଷ୍ଠ ୨୦ ଧନୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ବ୍ଲୁମ୍ବର୍ଗ ବିଲିୟନର ସୂଚକାଙ୍କ ଅନୁସାରେ ସେ ଏବେ ବିଶ୍ବର ୧୮ତମ ଧନୀ ଅଛନ୍ତି ଓ ତାଙ୍କ ସମ୍ପତ୍ତି ପରିମାଣ ୬୪.୨ ବିଲିୟନ ଡଲାର ରହିଛି ।

କ୍ରମାଗତ ତିନି ଦିନ ଧରି ଗୌତମ ଆଦାନୀଙ୍କ ସମ୍ପତ୍ତିରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି । ମେ ୧୯ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ମଙ୍ଗଳବାର ପର୍ଯ୍ୟନ୍ତ ଜାରି ରହିଥିଲା। ତେବେ ବୁଧବାର ସମ୍ପତ୍ତି ସାମାନ୍ୟ ହ୍ରାସ ପାଇଛି । ମେ’ ୧୮ ପରଠାରୁ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ୧୧.୮ ବିଲିୟନ ଡଲାର ବା ପାଖାପାଖି ୯୮,୦୦୦ କୋଟି ଟଙ୍କା ବୃଦ୍ଧି ପାଇଛି ।

ଗତ ଜାନୁଆରି ମାସରେ ଆସିଥିବା ହିଣ୍ଡନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପ ବିରୋଧରେ ଷ୍ଟକ ଜାଲିଆତି, ହିସାବ ଠକେଇ ଆଦି ଆରୋପ ଲଗାଯାଇଥିଲା । ତେବେ କମ୍ପାନି ଏହାକୁ ଖଣ୍ଡନ କରିଥିଲା ।

Comments are closed, but trackbacks and pingbacks are open.