ଓଡ଼ିଆ ଆଇପିଏସଙ୍କୁ ଗୁରୁଦାୟିତ୍ୱ

234

ଭୁବନେଶ୍ୱର: ଜଣେ ଓଡ଼ିଆ ଆଇପିଏସଙ୍କୁ ଗୁରୁଦାୟିତ୍ୱ ମିଳିଛି । ବରିଷ୍ଠ ଆଇପିଏସ ଅଧିକାରୀ ଆର ଆର ସ୍ୱାଇଁଙ୍କୁ ବଡ଼ ଦାୟିତ୍ୱ ମିଳିଛି । ଆଇପିଏସ ରଶ୍ମୀରଞ୍ଜନ ସ୍ୱାଇଁ ଜମ୍ମୁକାଶ୍ମୀରର ଡିଜିପିଭାବେ ନିଯୁକ୍ତ ହୋଇଛନ୍ତି ।  ସେ ୨୦୨୪ ସେପ୍ଟେମ୍ବର ଯାଏଁ ଦାୟିତ୍ୱରେ ରହିବେ । ରଶ୍ମୀରଞ୍ଜନ ସ୍ୱାଇଁ ହେଉଛନ୍ତି ୧୯୯୧ ବ୍ୟାଚ ଓଡ଼ିଶା କ୍ୟାଡରର ଆଇପିଏସ ।ରଶ୍ମୀରଞ୍ଜନ ସ୍ୱାଇଁ ଏହା ପୂର୍ବରୁ ଜାମ୍ମୁକାଶ୍ମୀର ପୋଲିସର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ । ହେଲେ ଏବେ ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଜାମ୍ମୁକାଶ୍ମୀରର ଡିଜିପି ହେବା ପୂର୍ବରୁ ସେ ଶ୍ରୀନଗର ଓ ଜମ୍ମୁରେ ଏସଏସପି ମଧ୍ୟ ରହିସାରିଛନ୍ତି । ୨୦୦୧ରୁ ୨୦୦୩ ପର୍ୟ୍ୟନ୍ତ ସେ ଶ୍ରୀନଗର ଓ ୨୦୦୩ରୁ ୨୦୦୪ ପର୍ୟ୍ୟନ୍ତ ସେ ଜମ୍ମୁରେ ଏସଏସପି ଦାୟିତ୍ୱରେ ଥିଲେ ।

Comments are closed, but trackbacks and pingbacks are open.