ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା କବଚ: ନ୍ୟାୟମୂର୍ତ୍ତୀ ଦୀକ୍ଷିତ

93

ଭୁବନେଶ୍ୱର: ଶାସନ ବ୍ୟବସ୍ଥାରେ ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା ଦିଗରେ ସବୁଠାରୁ ବଡ଼ ଉପାଦାନ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତୀ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ କହିଛନ୍ତି। “ଯଦି ଆମର ଆଇନ୍ ପ୍ରତି ସମ୍ମାନ ନ ରହେ ତେବେ ସମ୍ବିଧାନ ପ୍ରତି ବିପଦ ଉପୁଜିବ”ବୋଲି ନ୍ୟାୟମୂର୍ତ୍ତୀ ଦୀକ୍ଷିତ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଠାରେ ମତ ରଖିଛନ୍ତି। ଏ ପର୍ଯ୍ୟନ୍ତ ସମ୍ବିଧାନରେ ୧୦୦ରୁ ଅଧିକ ସଂଶୋଧନ କରାଯାଇଥିଲେ ମଧ୍ୟ ଏହା ସୁରକ୍ଷିତ ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ନ୍ୟାୟପାଳିକା, ନିର୍ବାଚନ କମିସନ୍‌, ସଂସଦ, ରାଜ୍ୟ ବିଧାନ ସଭା ଓ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ଭଳି ସମ୍ବିଧାନ ଦ୍ୱାରା ସ୍ଥାପିତ ଅନୁଷ୍ଠାନ ଗୁଡ଼ିକର ସୁରକ୍ଷା ଆବଶ୍ୟକ। ଅବସରରେ ଏହା କହିଥିଲେ। ସେ କହିଥିଲେ ଯେ ୧୯୨୦ ମସିହାରେ ଗୃହୀତ ଆହ୍ଲାବାଦ ସଂକଳ୍ପରେ ଭାରତରେ ସାମ୍ବିଧାନିକ ବ୍ୟବସ୍ଥାର ସ୍ଥାପନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିବା ବେଳେ ଦେଶ ସ୍ୱାଧୀନ ହେବା ପୂର୍ବରୁ ୧୯୪୬ ମସିହାରେ ଏକ ସମ୍ବିଧାନ ସଭା ଗଠନ କରାଯାଇଥିଲା। ନ୍ୟାୟମୂର୍ତ୍ତି ଦୀକ୍ଷିତ କହିଥିଲେ ଯେ ଭାରତକୁ ସ୍ୱାଧୀନତା ଦେବା ନିମନ୍ତେ ଯେତେବେଳେ ବ୍ରିଟେନ୍‌ର ପାର୍ଲିଆମେଂଟରେ ପ୍ରସ୍ତାବ ଆସିଲା ସେତେବେଳେ ବିରୋଧୀ ଦଳ ନେତା ୱିନ୍‌ଷ୍ଟନ ଚର୍ଚ୍ଚିଲ ଏହାର ବିରୋଧ କରି କହିଥିଲେ ଯେ ଏହା ଦ୍ୱାରା କ୍ଷମତା ଅଯୋଗ୍ୟ ଲୋକମାନଙ୍କ ହାତକୁ ଚାଲିଯିବ। ମାତ୍ର ଭାରତ ନିକଟରେ ଏକା ସଂଗେ ୧୦୬ଟି ଉପଗ୍ରହ ମହାକାଶକୁ ପଠାଇ ଚର୍ଚ୍ଚିଲଙ୍କ ମନ୍ତବ୍ୟକୁ ଭୁଲ ପ୍ରମାଣିତ କରିଛି ବୋଲି ସେ କହିଥିଲେ।

Comments are closed, but trackbacks and pingbacks are open.