ସହିଦ ଙ୍କୁ ସମ୍ମାନ : ଯେଉଁଠି ପ୍ରତ୍ୟେକ ସକାଳୁ ବାଜୁଛି ଜାତୀୟ ସଂଗୀତ, ଅଟକିଯାଉଛି ପୁରା ଗାଁ

14

ପ୍ରତ୍ୟକ ଦିନ ଠିକ ୮ଟା ୩୦ ରେ ବାଜୁଛି ଜାତୀୟ ସଙ୍ଗୀତ । ଜାତୀୟ ସଙ୍ଗୀତକୁ ସମ୍ମାନ ଜଣାଇ ଜଣାଇ ଅଟକି ଯାଉଛି ସାରା ସହର। । ତେଲେଲେଙ୍ଗାନାର ନାଲଗୋଣ୍ଡା ସହରର ମୁଖ୍ୟ ୧୨ ଟି ସ୍ଥାନରେ ଗୁଞ୍ଜରିତ ହେଉଛି ୫୨ ସକେଣ୍ଡର ‘ଜନଗଣମ ମନ’ ଜାତୀୟ ସଂଗୀତ । ଜାତୀୟ ସଂଗୀତ ବାଜିବା କ୍ଷଣି ସମ୍ମାନ ଜଣାଇବା ପାଇଁ ପ୍ରତିଦିନ ୫୨ ସେକେଣ୍ଡ ପାଇଁ ସ୍ଥିର ରହିଯାଏ ଏହି ଗାଁ । ତେବେ ଏମିତି କୌଣସି ନିୟମ ସୃଷ୍ଟି କରାଯାଇନାହିଁ । ଦେଶପ୍ରେମ ବଢାଇବା ପାଇଁ ଏବଂ ଆମର ଜାତୀୟ ସଙ୍ଗୀତ ପ୍ରତି ଲୋକଙ୍କ ମନରେ ସମ୍ମାନ ଜାଗ୍ରତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଜାତି ଧର୍ମ ନିର୍ବିଶେଷରେ ଏହି ନିୟମଟି ସମସ୍ତଙ୍କ ପାଇଁ ଲାଗୁ କରାଯାଇଛି । ଚଳିତ ବର୍ଷ ଜାନୁଆରି ୨୩ ତାରିଖରୁ ନିଆଯାଇଛି ଏମିତି ପଦକ୍ଷେପ । ଜନ ଗନ ମନ ଉତ୍ସବ ସମିତିର ପ୍ରେସିଡେଣ୍ଟ କରନାଟି ବିଜୟ କୁମାର ଏବଂ ତାଙ୍କ ସାଙ୍ଗ ମାନେ ଏହାକୁ ଆରମ୍ଭ କରିଛନ୍ତି । ଆଉ ବର୍ତମାନ ଏହାର ପ୍ରଭାବ ଆଖ ପାଖ ସହରରେ ମଧ୍ୟ ପଡ଼ିଛି ଯେଉଁଠି ୮.୩୦ ବାଜିଲେ ଲୋକେ ନିଜ ସ୍ଥାନରେ ଛିଡ଼ା ହୋଇ ଜାତିୟ ସଂଗିତ ଗାନ କରୁଛନ୍ତି ।
ତେଲେଙ୍ଗନାର ଏହି ନାଲଗୋଣ୍ଡା ସହରରେ କନଲ ସନ୍ତୋଷ ବାବୁଙ୍କ ପାଇଁ ପ୍ରସିଦ୍ଧି । ୨୦୨୦ରେ ଲଦାଖର ଗଲୱାନରେ ଶହିଦ ହୋଇଥିବା ବାବୁଙ୍କ ସମ୍ମାନରେ ମଧ୍ୟ ଗ୍ରାମବାସୀ ଜାତୀୟ ସଙ୍ଗୀତକୁ ସମ୍ମାନ ଦେଉଛନ୍ତି । ଏହି ସବୁ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିବା ସହ ଏହାକୁ ଗୋଟିଏ ଭଲ ପଦେକ୍ଷ ବୋଲି କହୁଛନ୍ତି ।

Leave A Reply

Your email address will not be published.