ପୁରୀ ବାହାର ର ଜିଲ୍ଲାବାସୀ ମାନେ ଅଗଷ୍ଟ ୧୬ରୁ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ

28

ଚଳିତ ମାସ ୧୬ ତାରିଖରୁ ପୁରୀ ବାହାର ର ଜିଲ୍ଲାବାସୀଙ୍କ ପାଇଁ ଉନ୍ମୁକ୍ତ ହେବ ପୁରୀ ସ୍ୱର୍ଗ ଦ୍ୱାର । କିନ୍ତୁ ଶବ ସତ୍କାର ସମୟରେ କୋଭିଡ କଟକଣା ନିୟମ କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଦେଇଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ପରେ ଏବେ କରୋନାର ପ୍ରାଦୁର୍ଭାବ ଟିକେ କମ ଥିବାରୁ ପୁରୀ ବାହାର ଜିଲ୍ଲାବାସୀଙ୍କୁ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିବାକୁ ଅନୁମତି ଦିଆଯାଇଛି। ହେଲେ ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ। ଏହାବାଦ ଶନିବାର, ରବିବାର ଶଟଡାଉନ୍‌ରେ ମଧ୍ୟ ସ୍ୱର୍ଗଦ୍ୱାର ଖୋଲା ରହିବ। ଏହି ସମୟରେ ମଧ୍ୟ ବାହାର ଜିଲ୍ଲାବାସୀ ଶବ ସତ୍କାର କରିପାରିବେ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଗତ ଏପ୍ରିଲ ୨୬ ତାରିଖରୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବ ସତ୍କାରକୁ ବାରଣ କରାଯାଇଥିଲା। ଏଥିପାଇଁ କେବଳ ପୁରୀ ଲୋକଙ୍କୁ ଅନୁମତି ମିଳିଥିଲା। କୋଭିଡ ବ୍ୟତୀତ ଅନ୍ୟ କାରଣ ପାଇଁ ମୃତ୍ୟୁ
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଗତ ଏପ୍ରିଲ ୨୬ ତାରିଖରୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବ ସତ୍କାରକୁ ବାରଣ କରାଯାଇଥିଲା। ଏଥିପାଇଁ କେବଳ ପୁରୀ ଲୋକଙ୍କୁ ଅନୁମତି ମିଳିଥିଲା। କୋଭିଡ ବ୍ୟତୀତ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ପୁରୀବାସୀ ସେମାନଙ୍କ ଆତ୍ମୀୟଙ୍କ ଶବଦାହ କରିପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ।

Leave A Reply

Your email address will not be published.