ଗାଡି ପାର୍କିଂ ନାଁରେ ନିଆଁପାଣି ବାସିନ୍ଦା

29

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମିର୍ଦ୍ଧାପାଳି ଗାଁରେ ଘଟିଛି ଅଭାବନୀୟ ଘଟଣା । ଶୁଲିଆ ଯାତ୍ରାରେ ଗାଡି ପାର୍କିଂକୁ କେନ୍ଦ୍ରକରି ଗାଁର ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗାଁ କମିଟି ଓ ସରପଞ୍ଚ ପିଙ୍କୁ ପଟେଲ ତାଙ୍କ ସମର୍ଥକମାନେ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ଅଭିଯୋଗ କରିଛନ୍ତି ପୀଡିତ ପରିବାର । ମିର୍ଦ୍ଧାପାଲି ଗାଁର ସରୋଜ କୁମାର ରାଉତ ଗାଁ କମିଟି କ୍ୟାସିୟର ଥିଲେ । ତେବେ ଗାଁରେ ଶୁଲିଆ ଯାତ୍ରା ପାର୍କିଂକୁ ବୈଠକ ହୋଇଥିଲା । ଯାତ୍ରାର ପାର୍କିଂ ସ୍ଥାନରେ କୌଣସି ବ୍ୟକ୍ତି ମାଗଣାରେ ଗାଡି କିମ୍ବା ସାଇକେଲ ରଖି ପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ଯାତ୍ରା ଦିନ ସରପଞ୍ଚ ପିଙ୍କୁ ପଟେଲଙ୍କ ଭାଇ ସେଠାରେ ଗାଡି ରଖି ଚାଲିଯାଇଥିଲେ । ଏହା ପରେ ସରୋଜ ମଧ୍ୟ ତାଙ୍କ ଗାଡି ରଖିଥିଲେ ଯାହାକୁ ପାର୍କିଂ ଦାୟିତ୍ଵରେ ଥିବା କିଛି ଯୁବକ ବିରୋଧ କରିଥିଲେ ଯାହାକୁ ନେଇ କଥା କଟାକଟି ହୋଇଥିଲା । ତେବେ ଗତକାଲି ରାତିରେ ଏହାକୁ କେନ୍ଦ୍ରକରି ଗାଁରେ ଏକ ସଭା ଆୟୋଜନ ହୋଇଥିଲା । ସଭାକୁ ସରୋଜ କୁଡାକି ୫୦ ହଜାର ଟଙ୍କା ନଚେତ୍ ଭୁଲ ହୋଇଛି ବୋଲି କହି ୧୦ଟି ମୁଣ୍ଡିଆ ମାରିବାକୁ କୁହାଯାଇଥିଲା । ଯାହାକୁ ସରୋଜ ରାଜି ନହୋଇ ସଭାରୁ ଉଠିଆସିଥିଲେ । ପରେ ଗାଁ କମିଟି ସରୋଜକୁ କେସିୟର ପଦବୀରୁ ହଟାଯିବା ସହ ଗାଁରେ ଡିଙ୍ଗରା ଦେଇ ନିଆଁପାଣି ବାସନ୍ଦ କରାଯାଇଥିବା କୁହାଯାଇଥିଲା । ଯିଏ ଏମାନଙ୍କ ସହ ମିଶିବ ତାଙ୍କୁ ୫ ହଜାର ଟଙ୍କା ଜରିମାନା ଓ ବାସନ୍ଦ କରାଯିବ ବୋଲି ଡିଙ୍ଗରା ପିଟାଯାଇଥିଲା ଯାହା ଭାଇରାଲ୍ ଭିଡିଓ ଶୁଣାଯାଉଛି । ରାତିରେ ଗ୍ରାମବାସୀ ଆକ୍ରମଣ ଉଦ୍ୟମ କରିଥିବା ବେଳେ ଶରତଓ ତାଙ୍କ ପରିବାର ଲୋକେ ଭୟଭୀତ ହୋଇ ଚାଷ ଜମିକୁ ଚାଲିଯାଇଥିଲେ । ଏନେଇ ଅପରାହ୍ଣରେ ସରୋଜ ଓ ତାଙ୍କ ଭାଇ ଅଶ୍ୱିନୀ ସଦର୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସଦର୍ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କଙ୍ଗାରୁ କୋର୍ଟ କରିଥିବା ସରପଞ୍ଚ ଓ କିଛି ଗ୍ରାମବାସୀଙ୍କୁ ପୋଲିସ ତଦନ୍ତ ପାଇଁ ଥାନାକୁ ଡାକିଥିବା ଜଣାପଡିଛି । ପୂର୍ବରୁ ସରପଞ୍ଚ ଓ ସରୋଜଙ୍କ ମଧ୍ୟରେ ରହିଥିବା ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରେଶମୂଳକ ଭାବେ ବୈଠକ କରି ଷଡଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପୀଡିତ ପରିବାର ।

Comments are closed, but trackbacks and pingbacks are open.