ମହାନଦୀ ପାଣି ରେ ଫସିଥିବା ହାତୀର ମୃତଦେହ ଉଦ୍ଧାର

34

ଗତକାଲି ମୁଣ୍ଡଳ ବ୍ୟାରେଜ ମହାନଦୀ ପାଣି ମଧ୍ୟରେ ଫସି ଥିବା ହାତୀର ମୃତଦେହ ଠାବ ହୋଇଛି । ଆଜି ମୁଣ୍ଡଳି ବ୍ରିଜ୍ ଉପରମୁଣ୍ଡରେ ଥିବା ମହାନଦୀ ପଠାରେ ହାତୀର ମୃତଦେହକୁ ଠାବ କରିଛି ବନବିଭାଗ ।
ଦିନ ତମାମ ପାଣି ଭିତରେ ରହି ଗତାକଲି ରାତିରେ ହାତୀ ଟି ମୁଣ୍ଡଳି ବ୍ରିଜରୁ ଭାସି ଯାଇଥିଲା । ସକାଳୁ ତାର ପତ୍ତା ମିଳୁନଥିବାବେଳେ ଖୋଜାଖୋଜି ଜାରି ରହିଥିଲା । ସେପଟେ କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ଏନଡିଆରଏଫ ଟିମ୍ ଏକ ମୃତଦେହ ଉଦ୍ଧାର କରିଛି ଯାହା ଜଣା ପଡିଛି, ଗତକାଲି ‘ମିଶନ ଗଜରାଜ’ ସମୟରେ ଡଙ୍ଗା ଓଲଟି ପଡିଥିଲା ଓ ଏଥିରେ ଜଣେ କର୍ତବ୍ୟରତ ଯୁବ ସାମ୍ବାଦିକ ଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ଜଣେ ଓଡ୍ର।ଫ ଯବାନ ଭାସି ଯାଇଥିଲେ I ଏହି ମୃତ ଦେହ ଟି ସମ୍ପୃକ୍ତ ଯବାନ ଙ୍କ ର ବୋଲି ଜଣା ପଡିଛି I ମୃତଦେହଟି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ମୁଣ୍ଡଳି ସ୍ଥିତ ଓଡ୍ରାଫ୍ କ୍ୟାମ୍ପକୁ ନିଆଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.