ଗଣତନ୍ତ୍ର ଦିବସ କଟକଣା: ପରେଡ ଦେଖିବାକୁ ଏଠାରେ ବୁକ୍ କରନ୍ତୁ ଟିକେଟ୍

58

ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସକାଳ ପରେଡ୍ ପାଇଁ ରିହର୍ସଲ ଆରମ୍ଭ ହୋଇଯାଇଛି । ତେବେ ଜାନୁଆରୀ ୨୬କୁ ନଜରରେ ରଖି ଟ୍ରାଫିକରେ କିଛି ପରିବର୍ତ୍ତନ କରାଯାଇଛି । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି । ଜାନୁଆରୀ 12, ଶୁକ୍ରବାର ଦିନ ଗଣତନ୍ତ୍ର ଦିବସ ପରେଡ ରିହର୍ସଲ ହେତୁ ଦିଲ୍ଲୀ କେନ୍ଦ୍ରୀୟ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଟ୍ରାଫିକ୍ ପ୍ରତିବନ୍ଧକ ଲଗାଯାଇଛି ।

ପରାମର୍ଶଦାତାଙ୍କ ଅନୁଯାୟୀ ଶନିବାର, ରବିବାର, ସୋମବାର ଏବଂ ମଙ୍ଗଳବାର ଦିନ ବିଜୟ ଚୌକ୍ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ କର୍ତ୍ତବ୍ୟପଥ ରାସ୍ତାରେ ରିପବ୍ଲିକ୍ ଡେ ପରେଡ ରିହର୍ସାଲ କରାଯିବ। ଜାନୁଆରୀ ୨୬ ପରେଡ ପାଇଁ ସକାଳ ୭ ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଟ୍ରାଫିକ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସୂଚନା ରହିଛି ।

ଏହି ପ୍ରତିବନ୍ଧକ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରହିବ । ଏହି ସମୟରେ ବିଜୟ ଚୌକ୍ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଏବଂ କର୍ତ୍ତବ୍ୟ ପଥ ରାସ୍ତା ମଧ୍ୟ ବନ୍ଦ ରହିବା ନେଇ ସୂଚନା ରହିଛି । ଜାରି କରାଯାଇଥିବା ଚିଠିରେ ମୋଟର ଚାଳକମାନଙ୍କୁ ଟ୍ରାଫିକ ନିୟମ ପାଳନ କରିବା ଏବଂ ଟ୍ରାଫିକ ପୋଲିସ କର୍ମଚାରୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି। ବୁଧବାର ଏବଂ ଗୁରୁବାର ମଧ୍ୟ ଇଣ୍ଡିଆ ଗେଟ୍ ନିକଟରେ ଟ୍ରାଫିକ୍ ସମସ୍ୟା ଦେଖିବା ପାଇଁ ମିଳିଥିଲା । ସୂଚନା ଅନୁସାରେ, ୨୬ ଜାନୁଆରୀ ବା ଗଣତନ୍ତ୍ର ଦିବସ ଭାରତର ସମ୍ବିଧାନର ପ୍ରତୀକ ଭାବରେ ପାଳନ କରାଯାଏ । ଆସନ୍ତା ୨୬ ଜାନୁଆରୀ ଦିନ ୧୦ଟାରୁ ବିଜୟ ଚୌକ୍ ଠାରେ ଏକ ସ୍ୱତନ୍ତ୍ର ପରେଡର ଆୟୋଜିତ ହେବ । ତେବେ ପରେଡ୍ ଦେଖିବା ପାଇଁ ଚାହୁଁଥିଲେ ଆପଣ ଟିକେଟ୍ ମଧ୍ୟ ବୁକ୍ କରିପାରିବେ । ଟିକେଟ୍ ବୁକିଂ ଆରମ୍ଭ ହୋଇସାରିଲାଣି । ଅର୍ଥାତ୍ ଜାନୁଆରୀ ୧୦ ରୁ ଜାନୁଆରୀ ୨୫ ଯାଏଁ ଟିକେଟ୍ ଉପଲବ୍ଧ ହେବ । ହେଲେ ପ୍ରତିଦିନ କେବଳ ସୀମିତ ସଂଖ୍ୟାର ଟିକେଟ୍ ମିଳିବ । ପ୍ରତିରକ୍ଷା ମନ୍ତ୍ରଣାଳୟର ଅଫିସିଆଲ୍ ୱେବ୍ ପୋର୍ଟାଲ୍ www.aamantran.mod.gov.in କୁ ଯାଇ ଟିକେଟ୍ ବୁକ୍ କରିପାରିବେ ।

Comments are closed, but trackbacks and pingbacks are open.