ସୋଆରେ ୮ଦେଶର ପ୍ରତିନିଧି ବୁଲିଲେ କୋଣାର୍କ ମନ୍ଦିର, ପୁରୀ ଓ ରଘୁରାଜପୁର

26

ଭୁବନେଶ୍ୱର, ୧୬-୦୪: ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ରବିବାର ପୁରୀ, କୋଣାର୍କ ଓ ରଘୁରାଜପୁର ପରିଦର୍ଶନ କରିଛନ୍ତି ।

କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଓ ରଘୁରାଜପୁର ପଟ୍ଟଚିତ୍ର ଦେଖି ଅଭିହୁତ ହୋଇଛନ୍ତି ଏହି ବିଦେଶୀ ପ୍ରତିନଧି ମାନେ | ସେହିପରି ସେମାନେ ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି ପ୍ରଦର୍ଶନ କରିଛନ୍ତି |


ସେହିପରି ସନ୍ଧ୍ୟାରେ ହୋଟେଲ ମେଫେୟାର ରେ ସୋଆ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |
ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ,ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ,କର୍ପୋରେଟ କମ୍ୟୁନିକେସନ୍ ନିର୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତ। ସଭାପତି ଙ୍କ ଓଏସଡି ଶ୍ରୀ ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଦ୍ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍ (ଆଇସିସିଆର୍‌) ଓ‘ଜେନ୍ – ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧି ମାନେ ଭାରତ ଗସ୍ତ ଆସିଛନ୍ତି । ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି ।

ପର୍ତୁଗାଲ୍ , ଦକ୍ଷିଣ ଆଫ୍ରିକା , ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା , ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଅଛନ୍ତି ।

Comments are closed, but trackbacks and pingbacks are open.