ରେପୋ ରେଟରେ ହ୍ରାସ, ଘୋଷଣା କଲା ଆରବିଆଇ

200

ନୂଆଦିଲ୍ଲୀ: ଆଜି ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କରି ଭାରତୀୟ ରିଜର୍ଭ ବ୍ୟାଙ୍କ କୋଟି କୋଟି ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି । ଏଥର ଆରବିଆଇ ସିଧାସଳଖ ରେପୋ ହାରକୁ ୦.୫% ପ୍ରତିଶତ ହ୍ରାସ କରିଛି । ଜୁନ୍ ୪, ବୁଧବାର ଦିନ ଆରମ୍ଭ ହୋଇଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ବୈଠକର ଆଜି ଶେଷ ଦିନ ଥିଲା । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଶୁକ୍ରବାର ରେପୋ ହାରରେ୦.୫% ପ୍ରତିଶତ ହ୍ରାସ ଘୋଷଣା କରିବା ପରେ, ରେପୋ ହାର ଏବେ ୬ପ୍ରତିଶତରୁ ହ୍ରାସ ପାଇ ୫.୫% ପ୍ରତିଶତ ହୋଇଛି । ଆରବିଆଇର ଏହି ନିଷ୍ପତ୍ତି ଦେଶର କୋଟି କୋଟି ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି ଏବଂ ଏବେ ସାଧାରଣ ଲୋକଟିଏ କମ ସୁଧ ହାରରେ ଗୃହ ଋଣ, କାର ଋଣ ଓ ବ୍ୟକ୍ତିଗତ ଋଣ ପାଇପାରିବେ । ଋଣ ଶସ୍ତା ହେବା ଯୋଗୁଁ ଲୋକଙ୍କ ଇଏମଆଇ ହ୍ରାସ ପାଇବ ଏବଂ ସେମାନେ ନିଜ ରୋଜଗାରରୁ ଅଧିକ ସଞ୍ଚୟ କରିପାରିବେ । ଏହା ବ୍ୟତୀତ, ଲୋକମାନେ ଅନ୍ୟାନ୍ୟ ଜିନିଷରେ ମଧ୍ୟ ଅଧିକ ଖର୍ଚ୍ଚ କରିପାରିବେ । ଜୁନ୍ ୪, ବୁଧବାର ଦିନ ଆରମ୍ଭ ହୋଇଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ବୈଠକର ଶେଷ ଦିନ ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରେପୋ ହାର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଅନେକ ବିଶେଷଜ୍ଞ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ ହେବାର ପୂର୍ବାନୁମାନ କରିଥିଲେ । ଏହି ବର୍ଷ ଲଗାତାର ୩ ଥର ଆରବିଆଇ ରେପୋ ହାର ହ୍ରାସ କରିଛି । ଏହା ପୂର୍ବରୁ ଫେବୃଆରୀ ୭ରେ ଆରବିଆଇ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଥିଲା, ଯାହାକୁ ୬.୫୦ ପ୍ରତିଶତରୁ ୬.୨୫ ପ୍ରତିଶତକୁ ହ୍ରାସ କରିଥିଲା । ଏହା ପରେ, ରିଜର୍ଭ ବ୍ୟାଙ୍କ ୯ ଏପ୍ରିଲରେ ମଧ୍ୟ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଥିଲା, ଯାହା ଫଳରେ ରେପୋ ହାର ୬.୨୫ ପ୍ରତିଶତରୁ ୬.୦୦ ପ୍ରତିଶତକୁ ହ୍ରାସ କରାଯାଇଥିଲା । ଫେବୃଆରୀ ୨୦୨୫ରେ, ପ୍ରାୟ ୫ ବର୍ଷ ପରେ ପ୍ରଥମ ଥର ପାଇଁ ରେପୋ ହାର ହ୍ରାସ କରାଯାଇଥିଲା । ଏହା ପୂର୍ବରୁ, ଆରବିଆଇ ମେ ୨୦୨୦ ରେ ରେପୋ ହାର ହ୍ରାସ କରିଥିଲା । ସେହି ସମୟରେ, କୋଭିଡ୍ ସାରା ଦେଶକୁ କବଳିତ କରିଥିଲା ଏବଂ ସେହି ସମୟରେ ଦେଶର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାର ୦.୪ପ୍ରତିଶତ ହ୍ରାସ କରିଥିଲା। ଆରବିଆଇ ଜୁନ ୨୦୨୩ରେ ରେପୋ ହାରକୁ ୬.୫ ପ୍ରତିଶତକୁ ବୃଦ୍ଧି କରିଥିଲା ।

Comments are closed, but trackbacks and pingbacks are open.