ସୌମ୍ୟରଂଜନ ମୃତ୍ୟୁ ପ୍ରସଙ୍ଗରେ ଜବାବ ରଖ :ହାଇକୋର୍ଟ

16

ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ବିଚାରପତି ବିଶ୍ୱଜିତ ମହାନ୍ତି ଙ୍କ ପୀଠ ଶୁଣାଣି କରି ଏ ସଂକ୍ରାନ୍ତରେ ସତ୍ୟ ପାଠ ଦାଖଲ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ମାମଲାର ପରବର୍ତୀ ଶୁଣାଣି ନଭେମ୍ବର ୫ ରେ ହେବାକୁ ଥିବାବେଳେ ଏ ସମୟ ମଧ୍ୟର ଏ ତୁରନ୍ତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି I
କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ହୋଇ ସୌମ୍ୟଙ୍କ ପରିବାର ଏହି ମାମଲାର ସିବିଆଇ ତଦନ୍ତ କିମ୍ବା ଉଚ୍ଚ ନ୍ୟାୟାଳୟଙ୍କ ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତକାରୀ (ଏସଆଇଟି )ଦ୍ୱାରା ଘଟଣାର ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଛି I ଏଥିପାଇଁ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ଙ୍କ ପକ୍ଷରୁ ଏକ ଆବେଦନ ପତ୍ର ଦାଖଲ କରାଯାଇଛି I ଅଭିଯୋଗ ପତ୍ରରେ ଦର୍ଶଇଛନ୍ତିଯେ କ୍ରାଇମବ୍ରାଞ୍ଚ ,ବିଦ୍ୟାଭାରତୀ ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କର ସଠିକ ତଦନ୍ତ କରି ନାହିଁ I ସେହିପରି ସୌମ୍ୟରଞ୍ଜନ ପୋଡି ହୋଇଥିବା ଅବସ୍ଥାରେ ତାଙ୍କୁ ହସ୍ପିଟାଲଲ ନେବା ପରିବର୍ତ୍ତେ ,ତାଙ୍କୁ ପକାଇ ରଖି ପ୍ରମାଣ ନଷ୍ଟରେ ଲାଗି ପଡ଼ିଥିଲେ I ଏଥିପାଇଁ ସେ ବିଦ୍ୟାଭାରତୀ ,ଗୁରାଣ୍ଡି ଥାନା ଅଧିକାରୀ ତଥା ବିଦ୍ୟା ଭାରତୀ ଙ୍କ ସମ୍ପର୍କୀୟ ମମତା ପଣ୍ଡା ଏବଂ ପାରଳାଖେମୁଣ୍ଡି ପୋଲିସ କୁ ଅଭିଯୁକ୍ତ ଦର୍ଶାଇଛନ୍ତି I ଏହା ସହିତ ସୌମ୍ୟରଞ୍ଜନ ପୋଡି ଗଲାପରେ ବିଦ୍ୟା ଭାରତୀ ଘରେ ପଶି ଅନେକ ଜିନିଷ ନେଇ ଯାଇଥିବା କହିଛନ୍ତି ଯେଉଁଗୁଡିକ କି କ୍ରାଇମ ବ୍ରାଞ୍ଚ ର ତଦନ୍ତ ପରିସରଭୁକ୍ତ ହେଇ ନାହିଁ I ଏହି ମାମଲାରେ ଗୃହ ବିଭାଗ ଶାସନ ସଚିବ ,ପୋଲିସ ମହାନିର୍ଦ୍ଦେଶକ .କ୍ରାଇମ ବ୍ରାଞ୍ଚ ,ଅତିରିକ୍ତ ମହା ନିର୍ଦେଶକ ଓ ସିବିଆଇ କୁ ପକ୍ଷଭୁକ୍ତ କରାଯାଇଛି I
ସୂଚନା ଅନୁସାରେ ଗତ ଜୁଲାଇ ୧୨ ତାରିଖ ରାତିରେ ଅତି ରହସ୍ୟ ଭାବରେ ପାରଳାଖେମୁଣ୍ଡି ଯୁବ ଏସିଏଫ ସୌମ୍ୟରଂଜନ ମହାପାତ୍ର ପୋଡି ହୋଇ ମୃତ୍ୟୁ ବରଣ କରିଥିଲେ I ସେତେବେଳେ ତାଙ୍କ ସ୍ତ୍ରୀ ଘରେ ଉପସ୍ଥିତ ଥିଲେ I ଏହାପରେ ପାରଳାଖେମୁଣ୍ଡି ପୋଲିସ ତଦନ୍ତରେ ଅବହେଳା ପ୍ରଦର୍ଶନ କରିଥିବାରୁ କେଶ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଥିଲା I କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତରେ ଶୀଥିଳତା,କେତେକ ଦିଗ ପ୍ରତି ଅଣଦେଖା ତଥା ତରବରିଆ ରିପୋର୍ଟ ଦେଇଥିବାରୁ ,ସୌମ୍ୟରଂଜନ ଙ୍କ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା I

Leave A Reply

Your email address will not be published.