ସୁନାମଧନ୍ୟା କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଦେହାନ୍ତ

22

ମୁମ୍ବାଇ : ସୁନାମଧନ୍ୟା କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କର ଆଜି ପରଲୋକ ହୋଇଛି। ଆଜି ଚେନ୍ନାଇ ନୁଙ୍ଗମ୍‌ବକ୍କମସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା I କିନ୍ତୁ ତାଙ୍କ ମୃତ୍ୟୁ ର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ I ବାଣୀ ଜୟରାମଙ୍କ ପରଲୋକରେ ଓଡ଼ିଆ ଶ୍ରୋତାମହଲରେ ସୃଷ୍ଟି କରିଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ।

୧୯୭୧ ମସିହାରେ ସଙ୍ଗୀତ ଦୁନିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ବାଣୀ । ୫ ଦଶନ୍ଧୀ ଧରି ସେ ତାଙ୍କ ସୁମଧୁର ସ୍ୱରରେ ଶ୍ରୋତାଙ୍କ ମନକୁ ବାନ୍ଧି ରଖିପାରିଥିଲେ । ପ୍ରାୟ ୧୯ଟି ଭାଷାରେ ସେ କଣ୍ଠଦାନ କରିଛନ୍ତି । ଜୀବନକାଳ ଭିତରେ ସେ ନାଶନାଲ ଫିଲ୍ମ ଆୱାର୍ଡ ସହ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ପାଇଛନ୍ତି । ତେବେ ଗତ ଜାନୁଆରି ୨୫ରେ, ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ସରକାର ପଦ୍ମ ପୁରସ୍କାର ଘୋଷଣା କରିଥିବା ବେଳେ ଗାୟିକ ବାଣୀ ଜୟରାମଙ୍କୁ ପଦ୍ମ ଭୂଷଣ ଦେବା ଲାଗି ଘୋଷଣା କରାଯାଇଥିଲା । ସେ ନିଜ କ୍ୟାରିୟରରେ ବିଭିନ୍ନ ଭାଷା ରେ ୧୦,୦୦୦ରୁ ଅଧିକ ଗୀତ ଗାଇ ରେକର୍ଡ କରିଥିଲେ।ବାଣୀ ଜୟରାମଙ୍କୁ ଆଧୁନିକ ଭାରତର ମୀରା ମଧ୍ୟ କୁହାଯାଉଥିଲା। ସେ ସଙ୍ଗୀତ ଜଗତକୁ ନୂତନ ଉଚ୍ଚତାକୁ ନେଇଥିଲେ।

୧୯୭୧ରେ ହିନ୍ଦୀ ଫିଲ୍ମ ଗୁଡ୍ଡି ପାଇଁ ସେ ପ୍ରଥମ କଣ୍ଠଦାନ କରିଥିଲେ । ଏମଏସ ବିଶ୍ୱନାଥନ, କେଭି ମହାଦେବନଙ୍କର ବଡ ବଡ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ସେ କାମ କରିଛନ୍ତି । ତେବେ ତାଙ୍କର ଏପରି ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଦେଶର ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ ପରିଛନ୍ତି।

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ‘ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ବାଣୀ ଜୟରାମଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅନେକ ଲୋକପ୍ରିୟ ଓଡ଼ିଆ ଚଳଚିତ୍ରରେ କଣ୍ଠଦାନ କରି ସେ ପ୍ରତିଷ୍ଠା କରିଥିବା କୀର୍ତ୍ତିମାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

Comments are closed, but trackbacks and pingbacks are open.