ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

19

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ୮୮ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ନିଜର ସୁମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ।ଓଡ଼ିଆ ଆଧୁନିକ, ଭକ୍ତିମୂଳକ ଓ ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କ ଅବଦାନ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା।ଓଡ଼ିଆ ଚଳଚିତ୍ରରେ ସେ ପ୍ରାୟ ୨୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। କେବଳ ଚଳଚ୍ଚିତ୍ର ଗୀତ ନୁହେଁ, ବରଂ ଓଡ଼ିଶୀ, ଭଜନ, ସେମି-କ୍ଲାସିକାଲ୍, ଆଧୁନିକ, ପଲ୍ଲୀଗୀତ ଏବଂ ଗଜଲ୍ ଗାଇ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟ ଜିତିଥିଲେ। ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ ୨୦୧୬ ରେ ସମ୍ମାନିତ କରାଯାଇଥିଲା । ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି।

Comments are closed, but trackbacks and pingbacks are open.