ବିନା ରିମୁଭର୍‌ରେ ଛଡ଼ାନ୍ତୁ ନେଲପଲିସ୍‌

43

ମହିଳାମାନେ ହାତକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ନଖରେ ନେଲପଲିସ୍ ଲଗାଇବାକୁ ପସନ୍ଦ କରନ୍ତି । ସେହିପରି ଏହାକୁ ଛଡ଼ାଇବା ପାଇଁ ରିମୁଭର ଉପଯୋଗ କରନ୍ତି । ତେବେ ବାରମ୍ବାର ତଥା ଆବଶ୍ୟକତାଠୁ ଅଧିକ ରିମୁଭର ବ୍ୟବହାର କରିବା ଦ୍ୱାରା ନଖ ହଳଦିଆ ପଡ଼ିଥାଏ । ଏହା ସହ ନଖ ଦୁର୍ବଳ ହୋଇ ଫାଟିଯାଏ । ଏଣୁ ରିମୁଭର ପରିବର୍ତ୍ତେ ନେଲପଲିସ୍ ଛଡ଼ାଇବା ପାଇଁ ଘରୋଇ ଉପାୟକୁ ବ୍ୟବହାର କରନ୍ତୁ ।

–       ଆପଲ ସାଇଡର ଭିନେଗାରକୁ ବ୍ୟବହାର କରି ନେଲପଲିସ୍‌କୁ ନଖରୁ ସହଜରେ ଛଡ଼ାଇବା ସମ୍ଭବ । ଏଥିରେ କିଛି ବୁନ୍ଦା ଲେମ୍ବୁ ରସ ମଧ୍ୟ ଉପଯୋଗ କରିପାରିବେ ।

–       ଟୁଥ୍‌ପେଷ୍ଟ୍ କେବଳ ଦାନ୍ତ ସଫା କରି ନ ଥାଏ, ବରଂ ନେଲପଲିସ୍ ଛଡ଼ାଇବାରେ ସାହାଯ୍ୟ କରେ । କିଛି ସମୟ ନଖରେ ଟୁଥ୍‌ପେଷ୍ଟ୍ ଲଗାଇ ଛାଡ଼ି ଦିଅନ୍ତୁ । ଏହା ପରେ ହାତକୁ ଧୋଇ ଦିଅନ୍ତୁ ।

–       ସେହିପରି ଆଲକହଲ ଉପଲବ୍ଧ ଥିଲେ, ଏହାକୁ ମଧ୍ୟ ସହଜରେ ଛଡ଼ା ଯାଇପାରିବ । ତୁଳାକୁ ଆଲକହଲରେ ବୁଡ଼ାଇ ନଖରେ ଘଷିଲେ ନେଲପଲିସ୍ ଛାଡ଼ିଯାଏ ।

Comments are closed, but trackbacks and pingbacks are open.